ବିଚରା ପାଇଓନିଅର ଗ୍ଲୋରି

ପୋର୍ଟ୍ ଡିଟିଆର୍ ରିପୋର୍ଟ ରେ ନଟ୍ ରେଡି ସେଗମେଣ୍ଟ୍ ରେ ୨ୟ ଦିନରେ ୩ୟ ସ୍ଥାନ , କଣ ହେବ ???

ବିଚରା ପାଇଓନିଅର ଗ୍ଲୋରି

ବିଚରା ପାଇଓନିଅର ଗ୍ଲୋରି ଜାହାଜ, ଡ଼ାକରା ପାଇ ଚାଲି ଆସିଲା ପାରାଦୀପ ରୁ ବାଲି ନେଇ ପୋର୍ଟ୍ ବ୍ଲେୟାର ଯିବ । କିନ୍ତୁ ଏଠି କ'ଣ ଯେ ଲଫଡା ତାହା କଣ ଜାଣିଥିଲା, ପ୍ରଥମେ ଯୁଦ୍ଧ କାଳୀନ ଭିତରେ ପାରାଦୀପ ବନ୍ଦର ଡିଟିଆର୍ ରିପୋର୍ଟ ରେ ଡିକ୍ଲାଏର ହେଲା ଯେ ୧୨ତାରିଖ ଦିନ ଜାହାଜ ଲାଗିବ କିନ୍ତୁ ଏ କ'ଣ ଜାଗା ନାହିଁ, ମାଲ୍ ବି ନାହିଁ, କାଗଜ ପତ୍ର ମଧ୍ୟ ଠିକ୍ ନାହିଁ କେମିତି କଣ ବାଲି ଲୋଡ୍ ହେବ ତାହା ପୁଣି ୧୧ହଜାର ମେଟ୍ରିକ୍ ଟନ୍। ତରବରିଆ ଭାବେ ଜାହାଜ ମଗାଇଥିବା ଶକ୍ତି ସିପିଙ୍ଗ୍ ୧୦ତାରିଖ ଦିନ କେବଳ ଟ୍ରାନ୍ସପୋର୍ଟିଂ କରିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ଠାରୁ ଅନୁମତି ହାସଲ କରିଥିଲା କିନ୍ତୁ ତାହା ଯେ ପାରାଦୀପ ବନ୍ଦର ମଧ୍ୟରେ ଟିକେ ନୀତି ନିୟମ ଅଲଗା ବୋଲି ଜାଣିନଥିଲା। ୧୦ତାରିଖରେ ଅନୁମତି ପାଇ ଯେତେ ବେଳେ ୧୨ତାରିଖରେ ଜାହାଜ ଲଗାଏ ସେତେ ବେଳେ ପ୍ଲଟ୍ କେଉଁଠି ? ଏକ୍ସପୋର୍ଟ ହେବାକୁ ଥିବା ବାଲି କାଇଁ ? ସିପିଂ ବିଲ୍ କାହା ନାମରେ ହେବ ? ଶକ୍ତି ସିପିଙ୍ଗ୍ ସିନା ଜାହାଜ ମଗାଇଛି ହେଲେ ଏକ୍ସପୋର୍ଟ କିଏ କରିବ ? ଯଦି ଶକ୍ତି ସିପିଙ୍ଗ୍ କରିବ ତାହେଲେ ତାର ବାଲି କୋଉଠି ଅଛି ? ଯଦି ନାହିଁ ତାହେଲେ ରାତାରାତି କଣ ୧୧ହଜାର ମେଟ୍ରିକ୍ ଟନ୍ ବାଲି ବନ୍ଦର ମଧ୍ୟକୁ ଟ୍ରାନ୍ସପୋର୍ଟିଂ ହୋଇଯିବ ? ତେବେ କେଉଁ ବାଲି ଶକ୍ତି ସିପିଙ୍ଗ୍ ଏକ୍ସପୋର୍ଟ କରିଥାନ୍ତା ? ଏମିତି କେତେ କଣ ପ୍ରଶ୍ନ ବାଚୀ ର ଅଡୁଆ ସୂତା ରେ ଛନ୍ଦି ହୋଇଛି ଶକ୍ତି ସିପିଙ୍ଗ୍। 

ଅପରପକ୍ଷରେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛନ୍ତି। ଚଞ୍ଚକତା କରି ହାତେଇ ଥିବା ଅନୁମତି ପତ୍ର ଉପରେ ରୋକ୍ ଲାଗିଛି। ଏନେଇ ବନ୍ଦର ପ୍ରଶାସନ ମଧ୍ୟ ଜବାବ୍ ତଲବ୍ କରିଛି। ଏହା ମଧ୍ୟରେ ବିଚରା ପେଶି ହେଉଛି ପାଇଓନିଅର ଗ୍ଲୋରି। ୱ୍ବେଟିଙ୍ଗ୍ ଲିଷ୍ଟ୍ ରେ ନଥାଇ ୧୨ତାରିଖ ଦିନ ହଠାତ୍ ଆବିର୍ଭାବ ହୋଇଥିବା ପାଇଓନିଅର ଗ୍ଲୋରି ଏସବୁ କେଳେଙ୍କାରୀ ର ସାମ୍ନା କରି ନପାରି ୧୩ତାରିଖ ଦିନ ନଟ୍ ରେଡି ସେଗମେଣ୍ଟ୍ କୁ ପଳାଇଛି ତାହା ପୁଣି ପଞ୍ଚମ ସ୍ଥାନରେ ରହିଥିଲା। ଏହା ପରେ ବହୁ କସରତ ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ବିଚରା ଆଜି ୧୪ ତାରିଖରେ ମଧ୍ୟ ପାଇଓନିଅର ଗ୍ଲୋରି ସେହି ନଟ୍ ରେଡି ସେଗମେଣ୍ଟ୍ ରେ ରହି ୩ୟ ସ୍ଥାନ କୁ ଆସିଛି। ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାଇଓନିଅର ଗ୍ଲୋରି କୁ ବନ୍ଦର ପ୍ରଶାସନ ( B ) ମାର୍କ ଦେଇଛି ଅର୍ଥାତ୍ କାର୍ଗୋ ଏକ୍ସପୋର୍ଟ ପାଇଁ ଏକ୍ସପୋର୍ଟର ରେଡି ନାହିଁ ଅର୍ଥାତ୍ ପଣ୍ୟ ରପ୍ତାନି ପାଇଁ ସମ୍ଭବ ହୋଇ ନାହିଁ। ଆଜି ମହାବୀର ଓ ମହାବିଷୁବ ପଣା ସଂକ୍ରାନ୍ତି ନେଇ ସରକାରୀ କାର୍ଯ୍ୟାଳୟ ସବୁ ଛୁଟି ପଡ଼ିଥିବାରୁ କୌଣସି ସରକାରୀ କାର୍ଯ୍ୟ ମଧ୍ୟ ଆଗେଇ ପାରୁନାହିଁ । ତେବେ ଆସନ୍ତା କାଲି ଶନିବାର ଓ ପରଦିନ ରବିବାର ଥିବାରୁ ବୋଧେ ଆହୁରି ୨ଦିନ ଅପେକ୍ଷା କରିବାକୁ ପଡ଼ିବ। ସୋମବାର ଅଫିସ ଖୋଲିବା ପରେ ଯାହା କାର୍ଯ୍ୟ କିଛି ଆଗେଇବ। 

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ୧୨ତାରିଖ ଦିନ ଜାହାଜ ବର୍ଥିଂ କରିଥାନ୍ତା ତାହେଲେ କେଉଁ ବାଲି ସେଥିରେ ଏକ୍ସପୋର୍ଟ ହୋଇଥାନ୍ତା ?

ଏଥିରେ କିଏ ସବୁ ସାହାଯ୍ୟ ସହଯୋଗ ଯୋଗାଇ ଥାନ୍ତେ ?

ପ୍ଲଟ୍ ନ ଥାଇ ଏକ୍ସପୋର୍ଟ କେମିତି ହୋଇଥାନ୍ତା ?

ପୂର୍ବରୁ ଏହିପରି କେବେ ହୋଇଛି କି ?

କାହା ସାହାସ ରେ ଏପରି ବେଆଇନ କାର୍ଯ୍ୟ ପ୍ରଶୟ ଦିଆଯାଉଛି ?

ଏବଂ କିଏ ବନ୍ଦର ମଧ୍ୟରେ ଏସବୁ କରୁଛି ?

ଏସବୁ ପ୍ରଶ୍ନ ସାଧାରଣ ରେ ଘୁରି ବୁଲୁଥିବା ବେଳେ ଶକ୍ତି ସିପିଙ୍ଗ୍ କିନ୍ତୁ ଚିନ୍ତା କରୁଛି କେମିତି ସୋମବାର ହେବ ପୁଣି ଯେନତେନ ପ୍ରକାରେ କାର୍ଯ୍ୟ ଆଗେଇ ନେଇ ଏକ୍ସପୋର୍ଟ କରିବ ।

ତେବେ ଏନେଇ କେହି ପ୍ରତିକ୍ରିୟା ଦେବାକୁ ନାରାଜ କି କେହି ମୁହଁ ଖୋଲି ବାକୁ ମଧ୍ୟ ଉଚ୍ଚିତ୍ ମଣୁ ନାହାଁନ୍ତି ବରଂ ଏମିତି ଲେଖିଲେ କଣ ହେବ, ଏସବୁ ଫେକ୍ ନିୟୁଜ୍ ବୋଲି କହି ବୁଲୁଛନ୍ତି ।

କିନ୍ତୁ ବିଚରା ପାଇଓନିଅର ଗ୍ଲୋରି କେତେ ଦିନ ଏମିତି ଆଙ୍କରେଜ ଏରିଆ ରେ ଛିଡ଼ା ହେବ ନା ପଳାଇଯିବ ସେନେଇ ଚିନ୍ତା କରୁଥିବା ବେଳେ ଆଗକୁ କଣ ଘଟିବ ସେନେଇ ସମସ୍ତେ ଉତ୍ସୁକତାର ସହ ଚାହିଁ ବସିଛନ୍ତି।