ଆଜି ବିଶ୍ବ କର୍କଟ ଦିବସ

କ୍ୟାନସର ବା କର୍କଟ, ଆଜିକା ସମୟରେ ସବୁଠୁ ବଡ଼ ମାରାତ୍ମକ ରୋଗ

ଆଜି ବିଶ୍ବ କର୍କଟ ଦିବସ

କ୍ୟାନସର ବା କର୍କଟ, ଆଜିକା ସମୟରେ ସବୁଠୁ ବଡ଼ ମାରାତ୍ମକ ରୋଗ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଏହି ଗମ୍ଭୀର ରୋଗର ଶିକାର ହେଉଛନ୍ତି । ତେଣୁ କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ବ କର୍କଟ ଦିବସ ରୂପେ ପାଳନ କରାଯାଏ । ଅର୍ଥାତ୍ ଆଜି ବିଶ୍ବ କର୍କଟ ଦିବସ । କର୍କଟ ରୋଗ ସମ୍ପର୍କରେ ଜନସଚେତନା ସୃଷ୍ଟି କରିବା, ଶୀଘ୍ର ଚିହ୍ନଟ, ନିରାକରଣ, ଚିକିତ୍ସା ଏବଂ ରୋଗରେ ପୀଡିତ ଲୋକଙ୍କୁ ଉତ୍ତର ସ୍ବାସ୍ଥ୍ୟସେବା ଯୋଗାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ଚଳିତ ବର୍ଷର କ୍ୟାନସର ଦିବସ ଥିମ୍ ରହିଛି କ୍ଲୋଜ ଦ କେୟାର ଗ୍ୟାପ୍ ।
ଏକ ସୁସ୍ଥ ଜୀବନଶୈଳୀ ବା ହେଲ୍‌ଦି ଲାଇଫଷ୍ଟାଇଲ ଆପଣାଇ କ୍ୟାନସର ଭଳି ମାରତ୍ମକ ରୋଗର ସମ୍ଭାବନାକୁ କମ୍ କରାଯାଇପାରେ । ଏଥିପାଇଁ ଠିକ୍ ସମୟରେ ଶୋଇବା, ଉଠିବା, ସନ୍ତୁଳିତ ଆହାର ଭୋଜନ, ପ୍ରତିଦିନ ବ୍ୟାୟାମ କରିବା ଜରୁରୀ । ଏଭଳି କରିବା ଦ୍ବାରା କେବଳ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ନାହିଁ ବରଂ ସୁସ୍ଥ ଜୀବନ ଜୀଇଁବାରେ ମଧ୍ୟ ସହାୟକ ହୋଇଥାଏ । ସେହିପରି ଯଦି ଆପଣଙ୍କ ଠାରେ କ୍ୟାନସରର କୌଣସି ଲକ୍ଷଣ ଦେଖାଯାଏ, ତାହେଲେ ଅବିଳମ୍ବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । କ୍ୟାନସର ସ୍କ୍ରିନିଂ ସାହାଯ୍ୟରେ ଏହି ରୋଗର ଚିହ୍ନଟ ହୋଇପାରିବ । ଠିକ୍ ସମୟରେ କ୍ୟାନସର ଚିହ୍ନଟ ହୋଇପାରିଲେ, ଏହି ରୋଗକୁ ପରାସ୍ତ କରାଯାଇପାରିବ ।