ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ

ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ।

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ

ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ଜଷ୍ଟିସ ତାଳପତ୍ରଙ୍କ ସ୍ଥାନ ନେବେ ଜଷ୍ଟିସ ଷଡ଼ଙ୍ଗୀ । ଜଷ୍ଟିସ ତାଳପତ୍ରଙ୍କ କାର୍ୟ୍ୟକାଳ ଶେ‌ଷ ପରେ ସେ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । 

ପ୍ରକାଶ ଯେ, ଜଷ୍ଟିସ ଷଡ଼ଙ୍ଗୀଙ୍କ ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁରେ । ୧୯୬୨ମସିହାରେ ତାଙ୍କର ଜନ୍ମ ହୋଇଥିଲା । ବାପାଙ୍କ ନାମ ବାଞ୍ଝାନିଧି ଷଡ଼ଙ୍ଗୀ ଓ ମା’ଙ୍କ ନାମ ଶୈଳବାଳା । ସେ ନିରୁପମା ଷଡ଼ଙ୍ଗୀଙ୍କୁ ବିବାହ କରିଥିବାବେଳେ ତାଙ୍କର ଦୁଇ ଝିଅ ଦେବର୍ଚ୍ଚିତା ଏବଂ ଦେବସ୍ମିତା । ଜଷ୍ଟିସ ଷଡ଼ଙ୍ଗୀ ଏବେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ଅକ୍ଟୋବର ୪ରେ ଶପଥ ନେବେ ଜଷ୍ଟିସ ଷଡ଼ଙ୍ଗୀ ।