ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ଶପଥପାଠ

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ଶପଥପାଠ

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା  ଶପଥପାଠ

ରାଜ୍ଯ ସ୍ତରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଦୁର୍ନୀତି ନିବାରଣ ସଚେତନତା ଶପଥପାଠ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ତରରେ ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆର.,ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ବାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ ତଥା ଜିଲ୍ଲା ର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଶପଥପାଠ କରିଥିଲେ।

ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ କାର୍ଯ୍ୟାଳୟ ର ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ର ଶପଥପାଠ କରାଇଥିଲେ।

ଏହି ଶପଥ ପାଠ ଉତ୍ସବରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ , କର୍ମଚାରୀ ଓ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଥିବା ଦୁର୍ନୀତି ର ମୂଳୋତ୍ପାଟନ ପାଇଁ ନିଜର ଆଚରଣ ରେ ସଚ୍ଚୋଟତା ଓ ଆଇନ ର ଶାସନ କୁ ଅନୁପାଳନ କରି ସମସ୍ତ ଦାୟିତ୍ବ କୁ ସାଧୁତା ଏବଂ ସ୍ବଚ୍ଛତାର ସହ ସଂପାଦନ କରିବାପରି ଛଅ ଗୋଟି ଶପଥ ନେଇଥିଲେ କାର୍ଯ୍ୟାଳୟର ସମସ୍ତ ବ୍ୟକ୍ତିବିଶେଷ। ଏହି ଦୁର୍ନୀତି ନିବାରଣ ସପ୍ତାହ ତା30.10.23ରିଖ ଠାରୁ ତା5.10.23ରିଖ ପର୍ଯ୍ୟନ୍ତ ପାଳନ କରାଯିବ।

ଜଗତସିଂହପୁର ରୁ ଲୋକନାଥ ସାହୁ ଙ୍କ ରିପୋର୍ଟ ONM ନିଉଜ୍ l