ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ଚାଳକ ଓ ହେଲପରଙ୍କ ଚାଲିଗଲା ଜୀବନ
ଆଜି ଭୋରରେ ସୋନପୁର- ବଲାଙ୍ଗୀର ରାସ୍ତା ହରିଡ଼ଖୋଲ ନିକଟରେ ଏକ ଯାତ୍ରୀବାହୀ ବସ ଟ୍ରକକୁ ପଛ ପଟରୁ ଧକ୍କା ଦେବାରୁ ବସର ଚାଳକ ଓ ହେଲପରଙ୍କ ମୃତ୍ୟୁ ଘଟିଛି

ଆଜି ଭୋରରେ ସୋନପୁର- ବଲାଙ୍ଗୀର ରାସ୍ତା ହରିଡ଼ଖୋଲ ନିକଟରେ ଏକ ଯାତ୍ରୀବାହୀ ବସ ଟ୍ରକକୁ ପଛ ପଟରୁ ଧକ୍କା ଦେବାରୁ ବସର ଚାଳକ ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡ୍ରାଇଭର ଦମ୍ବରୁଧର ସ୍ୱାଇଁ ଓ ହେଲପର ଶିବ୍ରମ ଗୌଡ଼।
ସୂଚନା ଅନୁଯାୟୀ, ଆଜି ସକାଳେ ଯାତ୍ରୀବାହୀ ବସ୍ଟି ଜୟପୁରରୁ କଟକ ଅଭିମୁଖେ ଯାଉଥିଲା। ହରିଡ଼ଖୋଲ ନିକଟରେ ବସ୍ଟି ଟ୍ରକକୁ ଧକ୍କା ଦେଇଥିଲା।