ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ରେଳମନ୍ତ୍ରୀ
ଆଠଗଡ଼ ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଆଠଗଡ଼ ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶନିବାର ରାତିରେ ଧବଳେଶ୍ୱର ମନ୍ଦିରରେ ପହଞ୍ଚିିବା ପରେ ସେଠାରେ ଥିବା ଗେଷ୍ଟ ହାଉସରେ ରାତ୍ରୀ ଯାପନ କରିଥିଲେ । ଆଜି ସକାଳ ୮ଟା ବେଳେ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ରେଳମନ୍ତ୍ରୀଙ୍କ ସହ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ଏହା ପରେ କଟକ ଜିଲ୍ଲାରେ ବିଭିନ୍ନ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବେ ଅଶ୍ୱିନୀ ବୈଷ୍ଣବ ।