ଆସନ୍ତା କାଲି ଠାରୁ ସାରା ରାଜ୍ୟ ରେ ପୁଣି ଦେଖା ଦେବ ତୈଳ ସଙ୍କଟ

ଡ୍ରାଇଭର ଙ୍କ ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ଉପରେ ପ୍ରଭାବ ପଡିଥିବା ବେଳେ ଆଜି ତାହା ସ୍ବାଭାବିକ ଅବସ୍ଥା କୁ ଆସିଥିଲା କିନ୍ତୁ ଆଜି ପୁଣି ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ।

ଆସନ୍ତା କାଲି ଠାରୁ ସାରା ରାଜ୍ୟ ରେ ପୁଣି  ଦେଖା ଦେବ ତୈଳ ସଙ୍କଟ

ଡ୍ରାଇଭର ଙ୍କ ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ଉପରେ ପ୍ରଭାବ ପଡିଥିବା ବେଳେ ଆଜି ତାହା ସ୍ବାଭାବିକ ଅବସ୍ଥା କୁ ଆସିଥିଲା କିନ୍ତୁ ଆଜି ପୁଣି ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । କାଲିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି । ଏହାକୁ ନେଇ ବଢିଛି ଚିନ୍ତା । କାରଣ ଯୋଗାଣ ପ୍ରଭାବିତ ହେଲେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି । ଏହାଦ୍ୱାରା ଲୋକେ ତ ହଇରାଣ ହେବେ, ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି ।

ଡ୍ରାଇଭରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାନ୍ତୁ ବୋଲି ମହାସଂଘ ଦାବି କରିଛି । ନହେଲେ ଆନ୍ଦୋଳନ ଆହୁରି ତୀବ୍ର କରିବ ବୋଲି ଚେତାବନୀ ବି ଦେଇଛି । ଏପଟେ ପେଟ୍ରୋଲିୟମ ଡିଲର ସଂଘ କହିଛି, ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ପ୍ରଭାବିତ ହୋଇଥିଲା । ପାନିକ୍ ବାୟିଂ ଯୋଗୁଁ ଷ୍ଟକ୍ ମଧ୍ୟ ସରିବା ଉପରେ । ଏଭଳି ସ୍ଥିତିରେ ଯଦି ଯୋଗାଣ ବାଧାପ୍ରାପ୍ତ ହୁଏ ତେବେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବହୁ ପେଟ୍ରୋଲ ପମ୍ପରୁ ତେଲ ସରିଯିବା ବୋଲି ଆଶଙ୍କା କରୁଛି ଡିଲର ସଂଘ ।

ତେବେ ଏହି ଆନ୍ଦୋଳନ କୁ କୌଣସି ହାଲତ ରେ ସମର୍ଥନ କରାଯିବ ନାହିଁ ବୋଲି ଦୃଢ କଣ୍ଠରେ କହିଛନ୍ତି ଓଡିଶା ଟ୍ରକ ମାଲିକ ମହାସଂଘ. ରାଜ୍ୟ ସଭାପତି ପୁରଞ୍ଜନ ପାଢ଼ୀ । କରୋନା ମହାମାରୀ ପରେ ଏବେ ଗାଡି ମାଲିକ କିଛିଟା ମାତ୍ରା ରେ ସଳଖି ଚାଲିବା ଆରମ୍ଭ କରିଛନ୍ତି କିନ୍ତୁ ଅଯାଚିତ ଭାବେ କୌଣସି କାରଣ ନ ଥାଇ ଏପରି ଆନ୍ଦୋଳନ ଡାକରା ଦେବା କେତେଦୂର ଯୁକ୍ତି ଯୁକ୍ତ । ଡ୍ରାଇଭର ମହାସଂଘ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରି ନାହିଁ ନ ଥିବା କ୍ଷତି ଘାତ୍ୟଛନ୍ତି , ଏପରି ସ୍ଥଳେ ପୁଣି ଆନ୍ଦୋଳନ ଡାକରା , ଏହା ଗାଡି ମାଲିକ ଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହେଉଛି , ସେଥିପାଇଁ ରାଜ୍ୟ ଶ୍ରମିକ ମହାସଂଘ ତରଫରୁ ଗାଡି ମୋଟର ବନ୍ଦ ଡାକରାକୁ ତୀବ୍ର ବିରୋଧ କରିଲେ ଓଡିଶା ଟ୍ରକ ମାଲିକ ମହାସଂଘ.। ଆସନ୍ତା କାଲି ପରିବହନ ବନ୍ଦ କରାଯିବ ନାହିଁ , ସ୍ବାଭାବିକ ଭାବରେ ରାସ୍ତାରେ ଟ୍ରକ ପରିବହନ ଜାରୀ ରହିବ । ତେବେ ଏନେଇ ରାଜ୍ୟ ସଭାପତି ପୁରଞ୍ଜନ ପାଢ଼ୀ, ରାଜ୍ୟ ସମ୍ପାଦକ ପତିତପାବନ ସାହୁ ବ୍ରହ୍ମପୁର, ରାଜ୍ୟ ଉପସଭାପତି ଫିରୋଜ଼ ବାଦଶାହ ଯାଜପୁର, ରାଜ୍ୟ ସହସମ୍ପାଦକ ଏସ କେ ତାଂଜିମ ଅହମଦ ଚିସ୍ତି ଭଦ୍ରକ ଏହାର ଦୃଢ ବିରୋଧ କରିବା ସହ ସମସ୍ତ ଟ୍ରକ ମାନଙ୍କୁ ରାସ୍ତାରେ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । 

ତେବେ ଆନ୍ଦୋଳନ ଧର୍ମଘଟ ଚାଲୁ ଏହାକୁ କେହି ବିରୋଧ କରିବେ ନହିଁ , କିନ୍ତୁ ଏହାର ସ୍ଥାନ କାଳ ପାତ୍ର ଓ ବିଶେଷ କରି ସମୟ ସୁବିଧା ଦେଖିବା ସହ ଜନସାଧାରଣ ଙ୍କ ସ୍ବାର୍ଥ କୁ ପ୍ରାଥମିକତା ଦେବା ଜରୁରୀ ହୋଇ ପଡିଛି l