ପାର୍ବଣରେ ଚୋରା ମଦ ବେପାରୀଙ୍କ ଉପରେ ଅବକାରୀ ବିଭାଗର ଚଢଉ

ପାର୍ବଣ ଋତୁରେ ଚୋରା ମଦ ବେପାରୀଙ୍କୁ ଅବକାରୀ ବିଭାଗର ଷ୍ଟ୍ରୋକ । ଫ୍ରିଜ ଓ ଆଇସକ୍ରିମ ଫ୍ରିଜରରେ ଚୋରା ମଦ ରଖି ବିକ୍ରି ବେଳେ ମାଡି ବସିଲା ଅବକାରୀ ବିଭାଗ ।

ପାର୍ବଣରେ ଚୋରା ମଦ ବେପାରୀଙ୍କ ଉପରେ ଅବକାରୀ ବିଭାଗର ଚଢଉ

ପାର୍ବଣ ଋତୁରେ ଚୋରା ମଦ ବେପାରୀଙ୍କୁ ଅବକାରୀ ବିଭାଗର ଷ୍ଟ୍ରୋକ । ଫ୍ରିଜ ଓ ଆଇସକ୍ରିମ ଫ୍ରିଜରରେ ଚୋରା ମଦ ରଖି ବିକ୍ରି ବେଳେ ମାଡି ବସିଲା ଅବକାରୀ ବିଭାଗ । ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ରେଡ୍ କରାଯାଇଛି । ଉପ-ଅଧିକ୍ଷକ ଅନିତା ପ୍ରଧାନ , ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତି ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଚଢ଼ଉ ଜାରି ରହିଛି ।

ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ବେତାଳିଗାଁ ବଜ଼ାର ଓ ଆରଡ଼ି ବଜ଼ାର ଅଞ୍ଚଳରେ ଚଢଉ କରାଯାଇ ପ୍ରାୟ ୫୦ ଲିଟର ବିଦେଶୀ ମଦ , ୧୩୩ ଲିଟର ବିୟର , ୧୦ ଲିଟର ଆସ୍କା ଫର୍ଟି ମଦ ଏବଂ ୨ ଗୋଟି ଫ୍ରିଜ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ମୋଟ ୫ ଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଧୁଷୁରୀ ଥାନା ଅନ୍ତର୍ଗତ କୁଳସାହି ଗ୍ରାମର ସୋମନାଥ ସାମଲ ଓରଫ କାଳିଆ , ବେତାଳିଗାଁ ଗ୍ରାମର ଵାପିନା ମଳିକ ଓ ପଙ୍କଜ ନାୟକ ଏବଂ ଆରଡ଼ି ଗ୍ରାମର ପ୍ରତାପ କୁମାର ପାଢ଼ୀ ଓରଫ ଧନ l ଜବତ ମଦ,ବିଅର ଓ ଫ୍ରିଜର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।