ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ପୁଅ ଶୁଭାଶିଷ

ଚନ୍ଦ୍ରଯାନ-୩ରେ ଓଡ଼ିଆ ଲିଙ୍କ । ଯୁବ ଟେକନିସିଆନ ଶୁଭାଶିଷ ସାମଲ ଏଥିରେ ଟେକ୍ନିସିଆନ ଭାବେ କାମ କରିଛନ୍ତି । ଶୁଭାଶିଷଙ୍କ ଘର କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ମୁକୁନ୍ଦପୁର ଗାଁରେ । ସେପଟେ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଚନ୍ଦ୍ରଯାନ । ପୃଥିବୀ ଚାରିପଟେ ଅଣ୍ଡାକୃତିରେ ଚନ୍ଦ୍ରଯାନ-୩ ଘୂରିବୁଲୁଛି । ଇସ୍ରୋ ପକ୍ଷରୁ କୁହାଯାଇଛି ସଫଳତାର ସହ ପୃଥବି ଚାରିପଟେ ପ୍ରଥମ କକ୍ଷପଥ ପରିବର୍ତନ କରିଛି ଚନ୍ଦ୍ରଯାନ-୩ ।
ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ନେଇ ଏବେ ସାରା ଦେଶରେ ଖୁସିର ମାହୋଲ ଥିବା ବେଳେ ଜଣେ ଓଡ଼ିଆ ଯୁବକଙ୍କର ମଧ୍ୟ ଏଥିରେ ବଡ଼ ଅବଦାନ ରହିଛି । ସେ ହେଉଛନ୍ତି ଯୁବ ଟେକନିସିଆନ ଶୁଭାଶିଷ ସାମଲ । ଶୁଭାଶିଷଙ୍କ ଘର କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ମୁକୁନ୍ଦପୁର ଗାଁରେ । ଚନ୍ଦ୍ରପୃଷ୍ଠକୁ ଉତ୍କ୍ଷେପଣ ହୋଇଥିବା ଏଲ୍ଭିଏମ୍-୩ ଫ୍ୟାଟ୍ବୟ ନିର୍ମାଣରେ ନିୟୋଜିତ ଥିବା ଟେକ୍ନିସିଆନ୍ ଟିମ୍ରେ ସେ ସାମିଲ ଥିଲେ । କିପରି କାମରେ ଲାଗିପଡ଼ିଛନ୍ତି ଶୁଭାଶିଷ । ଶୁଭାଶିଷ ୨୦୦୯ ମସିହାରେ ମାଟ୍ରିକ୍ ପାସ୍ କରିଥିଲେ । ଟେକ୍ନିସିଆନ୍ ହେବା ଲକ୍ଷ୍ୟରେ ୩ ବର୍ଷ ଆଇଟିଆଇ, ଏହାପରେ ସିଟିଟିସିରେ ପଢିଥିଲେ । ଆଉ ଇସ୍ରୋରେ ଯେତେବେଳେ ନିଯୁକ୍ତି ସୁଯୋଗ ମିଳିଲା, ସେ ଏହି ସୁଯୋଗ ଛାଡ଼ି ନଥିଲେ । ୨୦୧୮ ମସିହାରୁ ସେ ଇସ୍ରୋରେ କାମ କରୁଛନ୍ତି ।
ସେପଟେ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଚନ୍ଦ୍ରଯାନ-୩ । ପୃଥିବୀ ଚାରିପଟେ ଅଣ୍ଡାକୃତିରେ ଘୂରିବୁଲୁଛି ଚନ୍ଦ୍ରଯାନ-୩ । ଇସ୍ରୋ ପକ୍ଷରୁ କୁହାଯାଇଛି ସଫଳତାର ସହ ପୃଥବି ଚାରିପଟେ ପ୍ରଥମ କକ୍ଷପଥ ପରିବର୍ତନ କରିଛି ଚନ୍ଦ୍ରଯାନ-୩ । ପୃଥିବୀଠାରୁ ଦୂରେଇ ଚନ୍ଦ୍ରର ନିକଟତର ହେବାରେ ଲାଗିଛି ଚନ୍ଦ୍ରଯାନ । ଏହି ପ୍ରକ୍ରିୟା ପ୍ରାୟ ୧ ମାସ ଧରି ଚାଲିବ ଏବଂ ପରେ ପରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ‘ଚନ୍ଦ୍ରଯାନ-୩’ର ପ୍ରତ୍ୟେକ ଗିତିବିଧି ଉପରେ ସତର୍କ ନଜର ରଖିଛନ୍ତି ଇସ୍ରୋର ବୈଜ୍ଞାନିକ । ଜୁଲାଇ ୩୧ ତାରିଖ ସୁଦ୍ଧା ଚନ୍ଦ୍ରଯାନ-୩ ପୃଥିବୀଠାରୁ ୧୦ ଗୁଣ ଦୂର ଯାଇସାରିଥିବ । ଅଗଷ୍ଟ ୧୭ ତାରିଖରେ ପ୍ରପଲସନ୍ ସିଷ୍ଟମ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଅଲଗା ହୋଇଯିବ । ଏଥର ଚନ୍ଦ୍ରଯାନ-୩କୁ ସଫ୍ଟ ଲ୍ୟାଣ୍ଡିଂ କରିବାର ଲକ୍ଷ୍ୟ ରଖଯାଇଛି । ଯଦି ସବୁକିଛି ଠିକ୍ ଚାଲେ ତେବେ ଅଗଷ୍ଟ ୨୩ କିମ୍ବା ୨୪ ତାରିଖରେ ଚନ୍ଦ୍ରରେ ପହଂଚିବ ଚନ୍ଦ୍ରଯାନ-୩ ।