ସୂଚନା ଅଧିକାର କର୍ମୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା ଏସଟିଏଫ

ସୂଚନା ଅଧିକାର କର୍ମୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା ଏସଟିଏଫ

ସୂଚନା ଅଧିକାର କର୍ମୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା ଏସଟିଏଫ

ସୂଚନା ଅଧିକାର କର୍ମୀ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ କରୁଥିବା ଜଣେ ଠକକୁ ଆଜି ଏସଟିଏଫ ଗିରଫ କରିଛି | ଏହି ଠକର ନାମ କିଶୋର କୁମାର ମିଶ୍ର ହୋଇଥିବାବେଳେ ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି କହିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି ପରିଚୟପତ୍ର କରି ଲୋକଙ୍କୁ ଠକୁଥିଲା | ମୁଖ୍ୟତଃ କିଶୋର ମିଶ୍ରଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ କୋରାପୁଟରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ | କୋରାପୁଟରେ ରହି ସାଧାରଣ ଲୋକ ସହ ବ୍ୟବସାୟିକ ସଂଗଠନମାନଙ୍କୁ ଭୟଭୀତ କରାଇ ଚାନ୍ଦା ଆଦାୟ କରୁଥିଲେ | ଏହି ଅଭିଯୁକ୍ତ ନିକଟରୁ ଏସଟିଏଫ ନକଲି ପରିଚୟ ପତ୍ର ଜବତ କରିଛି | ସେହିପରି ୨ ରୁ ୩ ବର୍ଷ ଧରି କିଶୋର ମିଶ୍ର ଏହି କାରନାମା କରୁଥିବାବେଳେ ତାଙ୍କର ଆକାଉଣ୍ଟରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଥିବାର ଜଣାପଡିଛି |