ସମ୍ବଲପୁରୀ ବସ୍ତ୍ରକୁ ମିଳିବ ଜିଆଇ ଟ୍ୟାଗ

ସମ୍ବଲପୁରୀ ବସ୍ତ୍ରକୁ ଜିଆଇ ଟ୍ୟାଗ୍‌ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ନିଆଯାଉଛି ବୋଲି କେନ୍ଦ୍ର ବୟନଶିଳ୍ପ କମିଶନର ରୂପ୍‌ ରାଶି ସୂଚନା ଦେଇଛନ୍ତି ।

ସମ୍ବଲପୁରୀ ବସ୍ତ୍ରକୁ ମିଳିବ ଜିଆଇ ଟ୍ୟାଗ

ସମ୍ବଲପୁରୀ ବସ୍ତ୍ରକୁ ଜିଆଇ ଟ୍ୟାଗ୍‌ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ନିଆଯାଉଛି ବୋଲି କେନ୍ଦ୍ର ବୟନଶିଳ୍ପ କମିଶନର ରୂପ୍‌ ରାଶି ସୂଚନା ଦେଇଛନ୍ତି । ଆଇଆଇଏମ୍‌ ସମ୍ବଲପୁର ପକ୍ଷରୁ ଅନୁଷ୍ଠିତ କ୍ଷୁଦ୍ର ବ୍ୟବସାୟ ପରିଚାଳନା ତାଲିମ ଶିବିରର ଉଦଯାପନୀ ଉତ୍ସବରେ ଯୋଗଦେଇ ରୂପା ଏଭଳି ସୂଚନା ଦେଇଛନ୍ତି ।
ଆଇଆଇଏମ ସମ୍ବଲପୁର ପକ୍ଷରୁ ଚାଲିଥିବା କ୍ଷୁଦ୍ର ବ୍ୟବସାୟ ତାଲିମ ଶିବିର ଗତକାଲି ଉଦଯାପିତ ହୋଇଯାଇଛି । ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୂପ୍‌ ସମ୍ବଲପୁରୀ ବସ୍ତ୍ରର ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ । ଏହାକୁ ଜିଆଇ ଟ୍ୟାଗ୍‌ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇସାରିଛି । ଜିଆଇ ଟ୍ୟାଗ୍‌ ଦ୍ୱାରା ବୁଣାକାରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ୟ୍ୟନ୍ତ ଲାଭାନ୍ୱିତ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଏସ୍‌ଆଇସିଡିବିଆଇର ସିଜିଏମ୍‌ ଡ. ଶୁଭ୍ରାଂଶୁ ଶେଖର ଆଚାର୍ୟ୍ୟ ଯୋଗଦେଇ ପଶ୍ଚିମ ଓଡିଶାର ବୁଣାକାରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଥିରେ ଆଇଆଇଏମ୍‌ ନିର୍ଦ୍ଦେଶକ ପ୍ରଫେସର ଜୟସ୍ୱାଲ ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ସାଙ୍ଗକୁ ବୁଣାକାର ଏବଂ ବ୍ୟବସାୟୀଙ୍କ ବିକାଶ ନେଇ ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି । ସମ୍ବଲପୁରୀ ବସ୍ତ୍ରର ବିକାଶ ପାଇଁ ଆଇଆଇଏମ୍‌ ସହ ଫ୍ଲିଫକାର୍ଟ ମଧ୍ୟରେ ଏମ୍‌ଓୟୁ ହୋଇସାରିଥିବା ବେଳେ ଏହାର ସ୍ଥାୟୀ କ୍ୟାମ୍ପସ୍‌ରେ ଏନେଇ ସ୍ୱତନ୍ତ୍ର କୋଠରୀ ବ୍ୟବସ୍ଥା ହୋଇଛି ।