ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସବ ପାଳିତ
ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ପୀଠରେ ୧୯ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇ ଯାଇଅଛି

ଢେଙ୍କାନାଳ, ତା.୩୦.୦୪.୨୦୨୩ରିଖ : ଢେଙ୍କାନାଳ ଗାନ୍ଧୀମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ପୀଠରେ ୧୯ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇ ଯାଇଅଛି ।
ଅଦ୍ୟ ଭାଗିରଥୀ ସାଗରଠାରେ ପୂଜା ଅର୍ଚନା ପରେ ମହିଳାମାନେ ୧୦୮ କଳସ ଧାରଣ କରି ଏକ ଶୋଭାଯାତ୍ରାରେ ବାହାରି ମନ୍ଦିର ନିକଟରେ ପହଁଚିଲା ପରେ ଅଧିବାସ ପୂଜା ଆରମ୍ଭ ହୋଇଥିଲା । ୧ ତାରିଖ ଦିନ ରୁଦ୍ରାଭିଷେକ ଓ ଗୀତାଯଜ୍ଞ ଅନୁଷ୍ଠିତ ହେବ । ୨ ତାରିଖ ମଙ୍ଗଳବାର ଦିନ ଚଣ୍ଡୀ ପାଠ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବା ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯାଇଛି । ପୂଜକ ଲିଙ୍ଗରାଜ ପତି ଓ ସହଯୋଗୀଙ୍କ ସହିତ ସମସ୍ତ ପୂଜାକୁ ଯଥାବିଧୂ ରୀତିରେ ପାଳନ କରାଯାଇଥିଲା । କମିଟିର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି ପୂଜାକୁ ପରିଚାଳନା କରିଥିଲେ ।