ବିଶ୍ୱକପ ୨୦୨୩ ହାତେଇବା ଅଭିମୁଖେ ଭାରତ, ଅପେକ୍ଷା ଆଉ ଗୋଟିଏ ପାଦକୁ

ଆଉ ଗୋଟିଏ ପାହାଚ ଅତିକ୍ରମ ପରେ ଟିମ୍ ଇଣ୍ଡିଆ ହାତରେ ବିଶ୍ବକପ୍ ୨୦୨୩, ଅପେକ୍ଷା ସେହି ବିରଳ ମୁହୁର୍ତ୍ତ କୁ

ବିଶ୍ୱକପ ୨୦୨୩ ହାତେଇବା ଅଭିମୁଖେ ଭାରତ, ଅପେକ୍ଷା ଆଉ ଗୋଟିଏ ପାଦକୁ

ରେକର୍ଡ ଉପରେ ରେକର୍ଡ,

ଅପରାଜିତ, ଅପ୍ରତିଦ୍ଵନ୍ଦୀ, ଅଦ୍ୱିତୀୟ,

୧୦ କୁ ୧୦ ମ୍ୟାଚ୍ ରେ ଜିତାପଟ, ଆଉ ପାଦେ ପରେ ଟିମ୍ ଇଣ୍ଡିଆ ହାତରେ ବିଶ୍ବକପ୍ - ୨୦୨୩,

ସେମି ଫାଇନାଲ ରେ ଭାରତର ରୋମାଞ୍ଚକର ବିଜୟ ପରେ ମୁମ୍ବାଇ ର ୱ୍ଵାଙ୍ଖେଡ୍ ଷ୍ଟାଡିୟମରେ ଉତ୍ସବ ପାଳନ, ପରେ ପରେ ସାରା ଦେଶ ହୋଇ ଉଠିଛି ଉତ୍ସବ ମୁଖର, ଘାତକ ଟିମ୍ ଇଣ୍ଡିଆ କୁ ମିଳି ଚାଲିଛି ଶୁଭେଚ୍ଛା ପରେ ଶୁଭେଚ୍ଛା ର ବାର୍ତ୍ତା, ଏହା ପରେ ଟିମ୍ ଇଣ୍ଡିଆ ର ମନୋବଳ ଯଥେଷ୍ଟ ବୃଦ୍ଧି ପାଇଛି। ଆଉ ଗୋଟିଏ ପାଦ ଅତିକ୍ରମ କରି ଫାଇନାଲ ମ୍ୟାଚ ଖେଳିବା ପରେ ଟିମ୍ ଇଣ୍ଡିଆ ହାତେଇବ ବିଶ୍ବକପ୍ ୨୦୨୩, ତେବେ ନିୟୁଜଲ୍ୟାଣ୍ଡ ବିପକ୍ଷରେ ଭାରତ ଜିତି ସାଉଁଟିଛି ଅନେକ ପ୍ରଶଂସା ଓ ଏହାର ଘାତକ ବୋଲର ମହମ୍ମଦ ସାମି ଏବଂ ଆକ୍ରାଣତ୍ମକ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏକ ବିରଳ ରେକର୍ଡ ର ଅଧିକାରୀ ସାଜି କ୍ରିକେଟ ଜଗତ ରେ ରଚିଛନ୍ତି ଇତିହାସ । ଯାହାକି କ୍ରିକେଟ୍ ପ୍ରେମୀ ଙ୍କ ମନରେ ଖେଳାଇ ଦେଇଛନ୍ତି ଅନେକ ଖୁସିର ଲହରୀ । 

ସଫଳ ବୋଲର ମହମ୍ମଦ ସାମିଙ୍କୁ ୭ ୱିକେଟ ସଫଳତା ମିଳିଛି । ୫୭ ରନ୍‌ ବିନିମୟରେ ୭ ୱିକେଟ ନେଇ ବଡ଼ ସଫଳତା ହାସଲ କରିଛନ୍ତି ମହମ୍ମଦ ସାମି । ସେପଟେ ୩୨୭ ରନ୍‌ କରି ଅଲଆଉଟ ହୋଇଛି ନ୍ୟୁଜିଲାଣ୍ଡ । ବୁମ୍‌ରା, ସିରାଜ, କୁଲଦୀପଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ମହମ୍ମଦ ସାମି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି । ୭/୫୭ ସଫଳତା ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର । ଏହାକୁ ନେଇ ସୁଯୋଗକୁ ଅପେକ୍ଷା କରିଥିଲି କହିଲେ ଶ୍ରେଷ୍ଠ ଖେଳାଳି ସାମି । ଧଳା ବଲ୍‌ରେ ମୋତେ ବେଶି ମ୍ୟାଚ ଖେଳିବା ସୁଯୋଗ ମିଳି ନଥିଲା । ୟର୍କର ଓ ସ୍ଲୋ ବଲ୍‌ ଜରିଆରେ ସଫଳତା ଆଶା ଥିଲା ବୋଲି ସେ କହିଛନ୍ତି ।

ଖାଲି ସେତିକି ନୁହେଁ, ଅନ୍ୟପଟେ ଦେଖିବାକୁ ଗଲେ ବିଶ୍ୱକପ ଆରମ୍ଭରୁ ଭାରତ ଅପରାଜେୟ ରହି ଆସିଛି, ଠିକ ସେପରି ବିରାଟ କୋହଲିଙ୍କ ଫର୍ମ ମଧ୍ୟ ବେଲଗାମ ଭାବେ ଆଗକୁ ମାଡ଼ି ଚାଲିଛି । ଆଜି ପୁଣି ଥରେ ପଡ଼ିଆ ଭିତରେ ନିଜର ଦମ ଦେଖାଇଛନ୍ତି ବିରାଟ । ନିଜର ଆଦର୍ଶ ସଚିନ ତେନ୍ଦୁଲକରଙ୍କର ଦୁଇଟି ରେକର୍ଡକୁ କାଟି ଦେଇଛନ୍ତି କୋହଲି । ଗଭୀର ଧୈର୍ଯ୍ୟ ସହ ଆତ୍ମପ୍ରତ୍ୟୟ ଭରା ଇନିଂସ ଖେଳିଛନ୍ତି କୋହଲି ।

ନିହାତି ଅବିଶ୍ୱନୀୟ, ଅପ୍ରତୀଦ୍ୱନ୍ଦୀ, କ୍ରିକେଟର ସମ୍ରାଟ । ଦିନିକିଆ କ୍ରିକେଟରେ ପଚାଶ ତମ ଶତକ ହାସଲ କରିଛନ୍ତି କୋହଲି । ସଚିନ ତେନ୍ଦୁଲକରଙ୍କର ରେକର୍ଡ ୪୯ ତମ ଶତକକୁ ଭାଙ୍ଗି ଆଗକୁ ବଢ଼ିଛନ୍ତି ବିରାଟ । ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲି ରଚିଛନ୍ତି ଇତିହାସ । କ୍ରିକେଟର ଭଗବାନଙ୍କ ସାମ୍ନାରେ, ତାଙ୍କର ଘରେ, ତାଙ୍କର ରେକର୍ଡ ଭାଙ୍ଗି ଦେଇଛନ୍ତି କୋହଲି । ଏହା ସହ ପ୍ରମାଣ କରି ଦେଇଛନ୍ତି ସେ କାହିଁକି କ୍ରିକେଟର କିଙ୍ଗ ।

ସେପଟେ ଭାରତ ଫାଇନାଲକୁ ଉନ୍ନୀତ ହେବା ପରେ ସାରା ଦେଶରେ ବିଜୟ ଉତ୍ସବ ପାଳନ କରାଯାଉଛି । ଗାଁଠୁ ସହର ସବୁଠି ବିଜୟ ଉତ୍ସବ ମନାଉଛନ୍ତି କ୍ରିକେଟ ପ୍ରେମୀ । ବାଣ ଫୁଟାଇ ଉତ୍ସବ ମନାଉଛନ୍ତି କ୍ରିକେଟପ୍ରେମୀ । କଟକ ଓ ଭୁବନେଶ୍ୱରରେ ଦୀପାବଳିର ଭ୍ରମ ସୃଷ୍ଟି ହୋଇଛି ।

ଭାରତର ଏହି ବିଜୟ ପରେ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଚମକପ୍ରଦ ବିଜୟ ପରେ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ । ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ଫାଇନାଲକୁ ଗଲା ବୋଲି ସେ କହିଛନ୍ତି ।