କିଏ କେତେ ପଏଣ୍ଟ୍ ରେ ଅଛନ୍ତି, ଯଦି ବର୍ଷା ହୁଏ ତେବେ କେଉଁ ଦଳ ଫାଇନାଲରେ ପହଞ୍ଚିବ ? ଜାଣନ୍ତୁ କ’ଣ କହୁଛି ନିୟମ

କିଏ କେତେ ପଏଣ୍ଟ୍ ରେ ଅଛନ୍ତି, ଯଦି ବର୍ଷା ହୁଏ ତେବେ କେଉଁ ଦଳ ଫାଇନାଲରେ ପହଞ୍ଚିବ ? ଜାଣନ୍ତୁ କ’ଣ କହୁଛି ନିୟମ

କିଏ କେତେ ପଏଣ୍ଟ୍ ରେ ଅଛନ୍ତି, ଯଦି ବର୍ଷା ହୁଏ ତେବେ କେଉଁ ଦଳ ଫାଇନାଲରେ ପହଞ୍ଚିବ ?  ଜାଣନ୍ତୁ କ’ଣ କହୁଛି ନିୟମ

୨୦୨୩ ବିଶ୍ଵକପ୍ ନିଜର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। କ୍ରିକେଟ୍‌ର ଏହି ମହାକୁମ୍ଭରେ ପ୍ରଥମ ସେମି ଫାଇନାଲ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ତେବେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ୨୦୧୯ ସେମି ଫାଇନାଲ୍‌ର ପରାଜୟ ସ୍ମୃତି ସତେଜ ଅଛି। ତେବେ ୨୦୨୩ ବିଶ୍ଵକପ୍‌ର ସେମି ଫାଇନାଲ୍ ନିୟମ ଭାରତୀୟ ପ୍ରଶଂସକଙ୍କୁ ନିଶ୍ଚିତ ଖୁସି କରିବ। ଯଦି ବର୍ଷା କାରଣରୁ ସେମି ଫାଇନାଲ୍ ମୁକାବିଲା ରଦ୍ଦ ହୁଏ ତେବେ ଭାରତ ଫାଇନାଲ୍‌ରେ ପ୍ରବେଶ କରିବ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମି ଫାଇନାଲ୍ ମୁକାବିଲା ବୁଧବାର ନଭେମ୍ବର ୧୫ ତାରିଖ ଓ୍ଵାଙ୍ଖେଡ଼େରେ ଖେଳାଯିବ। ଏହା ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଭାରତ ବାଜି ମାରି ନେଇଥିଲା। ତେବେ ନ୍ୟୁଜିଲାଣ୍ଡ ଏକମାତ୍ର ଦଳ ଯିଏ ଲିଗ୍ ପର୍ଯ୍ୟାୟରେ ଭାରତକୁ ଟକ୍କର ଦେଇଥିଲା। ତେଣୁ ସେମି ଫାଇନାଲରେ ଉଭୟ ଦଳ ମଧ୍ୟରେ ମୁକାବିଲା ବେଶ ରୋମାଞ୍ଚକର ହୋଇପାରେ।

ଉଲ୍ଲେଖନୀୟ ଆଇସିସି ସେମି ଫାଇନାଲ୍ ଓ ଫାଇନାଲ୍ ମୁକାବିଲା ପାଇଁ ରିଜର୍ଭ ଡେର ବ୍ୟବସ୍ଥା ରଖିଛି। ଅର୍ଥାତ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ ଦିନ ନଭେମ୍ବର ୧୫ ତାରିଖରେ ବର୍ଷା ହୁଏ ତେବେ ନଭେମ୍ବର ୧୬ ତାରିଖ ମ୍ୟାଚ୍ ଖେଳାଯିବ। ସେହିପରି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ସେମି ଫାଇନାଲ୍ ପାଇଁ ରିଜର୍ଭ ଡେର ବ୍ୟବସ୍ଥା ମଧ୍ୟ ରହିଛି।

ଯଦି ରିଜର୍ଭ ଡେରେ ବି ଖେଳ ନ ହୋଇ ପାରିଲା ତେବେ ଲିଗ୍ ପର୍ଯ୍ୟାୟର ପ୍ରଦର୍ଶନ ଆଧାରରେ ଦଳକୁ ଫାଇନାଲ୍ ଟିକେଟ୍ ମିଳିବ। ଏମିତି ସ୍ଥିତିରେ ଭାରତ ସହଜରେ ଫାଇନାଲରେ ପ୍ରବେଶ କରିବ। କାରଣ ଭାରତ ସମସ୍ତ ଲିଗ୍ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଆଉ ଦଳ ନ୍ୟୁଜିଲାଣ୍ଡକୁ ଲିଗ୍ ପର୍ଯ୍ୟାୟରେ ବି ହରାଇଛି। ଏହି ନିୟମ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ସେମି ଫାଇନାଲ୍ ପାଇଁ ମଧ୍ୟ ସମାନ। ବର୍ଷା ଯୋଗୁଁ ମ୍ୟାଚ୍ ରଦ୍ଦ ହେଲେ ଦକ୍ଷିଣ ଆଫ୍ରିକା ଫାଇନାଲ୍‌କୁ ପ୍ରବେଶ କରିବ। ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।