ସାମି ଙ୍କ ଘାତକ ବୋଲିଂ ରେ ସେମି ଫାଇନାଲ ହେଲା ସାମି ଫାଇନାଲ
ବିଶ୍ୱକପ୍ରେ ଶାମି ସୁନାମୀ: ପ୍ରଥମ ଭାରତୀୟ ବୋଲର ଭାବେ ବିଶ୍ୱକପ୍ରେ ନେଲେ ୫୦ ୱିକେଟ୍

ମୁମ୍ବାଇ: ମୁମ୍ବାଇର ୱାଙ୍ଖଡ଼େରେ ଆଜି ଶାମି ସୁନାମୀ ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଶାମି ଏକାକୀ ୭ଟି ୱିକେଟ୍ ନେଇ ରେକର୍ଡ କରିଛନ୍ତି। ବିଶ୍ୱକପ୍ରେ ୫୦ ୱିକେଟ୍ ନେବାରେ ମହମ୍ମଦ ଶାମୀ ଭାରତରେ ପ୍ରଥମ ବୋଲର ହୋଇଛନ୍ତି। ଏଥିସହିତ ଶାମୀ ଚଳିତ ବିଶ୍ୱକପ୍ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ମଧ୍ୟ ହୋଇଛନ୍ତି। ଚଳିତ ବିଶ୍ୱକପ୍ରେ ଶାମି ବର୍ତ୍ତମାନ ସୁଦ୍ଧା ମୋଟ ୧୦ ମ୍ୟାଚ୍ରୁ ୬ଟି ମ୍ୟାଚ୍ ଖେଳି ୨୩ ୱିକେଟ୍ ନେଇଛନ୍ତି।
ବିଶ୍ୱକପ୍ରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର
ଏହି ତାଲକାରେ ଶାମି ଜାହିର ଖାନ୍ଙ୍କୁ ପଛରେ ପକାଇ ନମ୍ବର ୱାନ୍ ହୋଇଛନ୍ତି। ଶାମୀ ମାତ୍ର ୧୭ ଇନିଂସ୍ ଖେଳି ୫୧ ୱିକେଟ ନେଇଥିବା ବେଳେ ଜହୀର ଖାନ ୨୩ ମ୍ୟାଚ୍ରେ ୪୪ ୱିକେଟ୍, ଜଭଗଲ ଶ୍ରୀନାଥ ୩୩ ମ୍ୟାଚ୍ ୪୪ ୱିକେଟ୍, ଜଶପ୍ରତୀ ବୁମ୍ରା ୧୯ ଇନିଂସ ୩୫ ୱିକେଟ୍ ଓ ଅନୀଲ କୁମ୍ବଲେ ୧୮ ଇନିଂସ ଖେଳି ୩୧ ୱିକେଟ ନେଇଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ରେ କୋହଲି-ଶ୍ରେୟସଙ୍କ ପରେ ଶାମି ଝଡ଼ରେ ନ୍ୟୁଜିଲାଣ୍ଡ ଧରାଶାୟୀ ହୋଇଛି , ଯେଉଁଥିରେ ୧୨ ବର୍ଷ ପରେ ଫାଇନାଲ୍ରେ ଭାରତ ଖେଳିବାକୁ ଯାଉଛି
ଚଳିତ ବିଶ୍ୱକପ୍ରେ ସର୍ବାଧିକ ୱିକେଟ ନେଲେ ଶାମୀ
ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜି ଶାମି ମାତ୍ର ୫୭ ରନ୍ ଦେଇ ୭ଟି ୱିକେଟ୍ ନେଇଛନ୍ତି। ଫଳରେ ଚଳିତ ସଂସ୍କରଣରେ ମାତ୍ର ୬ଟି ମ୍ୟାଚ୍ ଖେଳି ସେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି। ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆର ଆଡାମ ଜାମ୍ପା। ଶାମୀ ୨୩ଟି ୱେକେଟ୍ ନେଇଥିବା ବେଳେ ଜାମ୍ପା ୯ ମ୍ୟାଚ୍ ଖେଳି ୨୨ ୱିକେଟ୍ ନେଇଛନ୍ତି। ତୃତୀୟରେ ଶ୍ରୀଲଙ୍କାର ଦିଲଶାନ ମଧୂଶଙ୍କା ୯ ମ୍ୟାଚ୍ ଖେଳି ୨୨ ୱିକେଟ୍ ନେଇଛନ୍ତି