ଭାରତ ମାଟିରେ କଙ୍ଗାରୁ ଦଳକୁ ଆଣ୍ଠେଇବା କୁ ଟିମ୍ ଇଣ୍ଡିଆ ର ସ୍ବତନ୍ତ୍ର ରଣନୀତି

ଭାରତ ମାଟିରେ କଙ୍ଗାରୁ ଦଳକୁ ଆଣ୍ଠେଇବା କୁ ଟିମ୍ ଇଣ୍ଡିଆ ର ସ୍ବତନ୍ତ୍ର ରଣନୀତି

ଭାରତ ମାଟିରେ କଙ୍ଗାରୁ ଦଳକୁ ଆଣ୍ଠେଇବା କୁ ଟିମ୍ ଇଣ୍ଡିଆ ର ସ୍ବତନ୍ତ୍ର ରଣନୀତି

୨୦୦୩ରେ ଭାରତ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । ଆଉ ୨୦୨୩ରେ ଏହାର ବଦଲା ନେବା କୁହାଯାଉଛି ।  

ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ୍ ମ୍ୟାଚ (ICC ODI World Cup 2023) । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମରେ ମୁହାଁମୁହିଁ ହେବେ ବିଶ୍ବକପ କ୍ରିକେଟର ଦୁଇ ଫାଇନାଲ୍ ଟିମ୍ ଭାରତ ଏବଂ ଅଷ୍ଟ୍ରେଲିଆ । ସୁପର ସଣ୍ଡେର ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ୨୦୦୩ ବିଶ୍ବକପ ଫାଇନାଲ୍‌ର ବଦଲା ନେବ ଭାରତ ।

୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚକୁ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିବେ । ଏହାସହ ଭରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ କପିଲ୍ ଦେବ ମଧ୍ୟ ଫାଇନାଲ ମ୍ୟାଚ ଦେଖିବାକୁ ଯିବା କୁହାଯାଉଛି । ଫାଇନାଲ୍ ମ୍ୟାଚରେ ଏୟାର ସୋ' ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

କିନ୍ତୁ ବଡ଼ କଥା ହେଉଛି ଏହି ବର୍ଷ ଆରମ୍ଭରେ ଶ୍ରେୟସ୍ ଆୟର ଓ କେ.ଏଲ୍ ରାହୁଲ ଆହତ ହୋଇଥିଲେ । ୨୦୨୨ ପରଠାରୁ କେ.ଏଲ୍ ରାହୁଲ ଖରାପ ଫର୍ମରେ ରହିଥିଲେ । ପରେ ସେ ଆଇପିଏଲ୍ ୨୦୨୩ ସମୟରେ ଆହତ ହୋଇଥିଲେ ଓ ଖେଳିବାରୁ ମଧ୍ୟ ବଞ୍ଚିତ ହୋଇଥିଲେ । ପରେ ତାଙ୍କୁ ବିଶ୍ୱକପ ପାଇଁ ମଧ୍ୟ ଚୟନ କରାଯାଇଥିଲା । ସେତେବେଳେ କେ.ଏଲ୍ ରାହୁଲ ଓ ଶ୍ରେୟସ୍ ଆୟରଙ୍କ ଚୟନକୁ ନେଇ ଅନେକ ପ୍ରଶଂସକ, କ୍ରିକେଟ୍ ପ୍ୟାନ୍‌ ମଧ୍ୟ ସନ୍ଦେହ ପ୍ରକଟ କରିଥିଲେ ।

କିନ୍ତୁ କେ.ଏଲ୍ ରାହୁଲଙ୍କ ବଦଳରେ ସଞ୍ଜୁ ସାମସନ୍ ଓ ଶ୍ରେୟସ୍ ଆୟରଙ୍କ ବଦଳରେ ତିଲକ ବର୍ମାଙ୍କୁ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । କିନ୍ତୁ ରାହୁଲ ଦ୍ରାବିଡ଼ ଏ ବିଷୟରେ ଆଦୈ ଧ୍ୟାନ ଦେଇନଥିଲେ । ସେ ରାହୁଲ ଓ ଶ୍ରେୟାସଙ୍କ ଉପରେ ବିଶ୍ୱାସ ରଖିଥିଲେ । ସେ ସେମାନଙ୍କୁ ସମର୍ଥନ କଲେ ଓ ସେମାନ ମଧ୍ୟ ରହୁଲ ଦ୍ରାବିଡଙ୍କ ଆତ୍ମବିଶ୍ୱାସକୁ ପୂର୍ଣ୍ଣ କଲେ । ଯେଉଁ ଭଳି ଭାବେ ଏହି ଦୁଇ ଖେଳୁଛନ୍ତି ଓ ମିଡିଲ୍‌ ଅର୍ଡ଼ରକୁ ସମ୍ଭାଳୁଛନ୍ତି ତାହା ଚିତାକର୍ଷକ ରହିଛି । ଯାହା ସମସ୍ତଙ୍କ ଚକିତ କରିଛି ।

ଦୁହେଁ ବିଶ୍ୱକପରେ ଚମତ୍କାର ଖେଳୁଛନ୍ତି । ସେ ମଧ୍ୟମ କ୍ରମରେ ଏକ ପ୍ରମୁଖ ଖେଳାଳି ହୋଇପାରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିବା ଓ ଦଳର ସଫଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା । ୱିକେଟ୍ ପଛରେ କେ.ଏଲ୍ ରାହୁଲ ଚମତ୍କାର କାର୍ଯ୍ୟ କରୁଛନ୍ତି । କେବଳ କ୍ୟାଚ୍ ନେଉନାହାଁନ୍ତି ... ରୋହିତ ଶର୍ମା DRS ଦୃଷ୍ଟିରୁ ସଠିକ୍ ମାର୍ଗରେ ଆଗେଇ ଆସୁଛନ୍ତି । ଅନ୍ୟ ୱିକେଟ୍ ରକ୍ଷକମାନଙ୍କ ପରି, ରାହୁଲ DRS ପ୍ରସଙ୍ଗରେ ବହୁତ ସଠିକ୍ ଓ ରୋହିତଙ୍କୁ ସାହାଯ୍ୟ କରୁଛନ୍ତି ।

ରୋହିତ ଶର୍ମାଙ୍କ ସହ କେ.ଏଲ୍‌ ରାହୁଲ DRS ଦୃଷ୍ଟିରୁ ସଠିକ୍ ମାର୍ଗରେ ଆଗେଇ ଆସୁଛନ୍ତି । ଅନ୍ୟ ୱିକେଟ୍ ରକ୍ଷକମାନଙ୍କ ପରି, ରାହୁଲ DRS ପ୍ରସଙ୍ଗରେ ବହୁତ ସଠିକ୍‌ର ସହିତ ରୋହିତଙ୍କୁ ସାହାଯ୍ୟ କରୁଛନ୍ତି ।