ଦୁଇଦିନିଆ କେନ୍ଦୁଝର ଗସ୍ତରେ ୫-ଟି ସଚିବ
୫- ଟି ସଚିବ ଭି କେ ପାଣ୍ଡିଆନ କେନ୍ଦୁଝର ଜିଲ୍ଲାକୁ ଦୁଇଦିନିଆ ଗସ୍ଥରେ ଆସି ହେଲିକ୍ୟାପ୍ଟରରେ ପାଟଣା ବ୍ଲକର ପ୍ରମୁଖ ପର୍ୟ୍ୟଟନସ୍ଥଳୀ ଭୀମକୁଣ୍ଡ ନିକଟସ୍ଥ ତଣ୍ଡୋ ଠାରେ ଅବତରଣ କରିଛନ୍ତି।

୫- ଟି ସଚିବ ଭି କେ ପାଣ୍ଡିଆନ କେନ୍ଦୁଝର ଜିଲ୍ଲାକୁ ଦୁଇଦିନିଆ ଗସ୍ଥରେ ଆସି ହେଲିକ୍ୟାପ୍ଟରରେ ପାଟଣା ବ୍ଲକର ପ୍ରମୁଖ ପର୍ୟ୍ୟଟନସ୍ଥଳୀ ଭୀମକୁଣ୍ଡ ନିକଟସ୍ଥ ତଣ୍ଡୋ ଠାରେ ଅବତରଣ କରିଛନ୍ତି। ଶନିବାର ସକାଳ ୯ ଟାରେ ସେଠାରେ ଓଲ୍ହାଇଛନ୍ତି। ସେଠାରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଏସ୍ ପି ନିତିନ କୁଶଲକର, ପାଟଣା ବିଡ଼ିଓ ଶିବ ଶଙ୍କର ମୁର୍ମୁ, ସାହାରପଡା ବିଡ଼ିଓ ବିଜୟ କୁମାର ନାଏକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ୫ଟି ସଚିବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀ ପାଣ୍ଡିଆନ ତଣ୍ଡୋରୁ କାରରେ ପର୍ୟ୍ୟଟନସ୍ଥଳୀ ଭୀମକୁଣ୍ଡ ଯାଇ ପରିଦର୍ଶନ କରିବା ସହିତ ସେଠାକାର ଉନ୍ନୟନ କାର୍ୟ୍ୟକ୍ରମର ସମୀକ୍ଷା କରିଥିଲେ।
ସେଠାରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ ଉପସ୍ଥିତ ଥିଲେ। ପରେ ସ୍ଥାନୀୟ ଜନସାଧରଣଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ। ସେଠାରୁ ତଣ୍ଡୋ ଠାରେ ତିଆରି ଅସ୍ଥାୟୀ ହେଲିପ୍ୟାଡକୁ ଯାଇ ଚମ୍ପୁଆ ଅଭିମୁଖେ ଯାତ୍ରା କରିଛନ୍ତି। ଚମ୍ପୁଆର ନଗର ଖେଳ ପଡ଼ିଆରେ ଅବତରଣ କରି “ଡ୍ରିଙ୍କିଗ ଫ୍ରମ ଟ୍ୟାପ ପ୍ରୋଜେକ୍ଟ” ର ଜଳ ବିଶୋଧନାଗାର ପ୍ରକଳ୍ପର ସମୀକ୍ଷା କରିବେ। ପରେ ଚମ୍ପୁଆ ନେହୁରୁ ଷ୍ଟାଡିୟମରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଚମ୍ପୁଆରୁ ହେଲିକ୍ୟାପ୍ଟରରେ ବଡ଼ବିଲ ବିକାଶ ମହଲ ଖେଳ ପଡ଼ିଆରେ ଓଲ୍ହାଇ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏନ ଆର ସି, ଡାୟାଲିସିସ ସେଣ୍ଟର ପରିଦର୍ଶନ କରିବା ସହ ଡାକ୍ତର ଖାନାରେ ଚାଲିଥିବା ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିବେ।