ହାତୀଛୁଆର ମୃତଦେହ ଠାବ

ପୁଣି ଏକ ହାତୀଛୁଆର ମୃତଦେହ ଉଦ୍ଧାର । ଆନନ୍ଦପୂର୍ଵ ବନ୍ୟପ୍ରାଣୀ ବନଖଣ୍ଡର ହଦଗଡ଼ ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ବନ ବିଭାଗ ଖବରପାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ମୃତ ହାତୀଛୁଆର ମୃତଦେହ ଠାବ କରିଥିଲେ। ପାରିପାର୍ଶ୍ଵିକ ପରିସ୍ଥିତିରୁ ହାତୀ ହାତୀ ମଧ୍ୟରେ ଲଢେଇରୁ ଦନ୍ତା ଛୁଆଟିର ମୃତ୍ୟୁ ହୋଇଥିବା ଆନନ୍ଦପୁର ଡ଼ିଏଫଓ କହିଛନ୍ତି। ମୃତ ହାତୀ ଛୁଆର ବୟସ ୬/୭ବର୍ଷ ହେବ। ବ୍ୟବଚ୍ଛେଦ ପରେ ହାତୀ ଛୁଆକୁ ପୋତି ଦିଆଯାଇଥିବା ସୂଚନା ମିଳିଛି।