୬ ମାସ ପରେ ସାମ୍ନାକୁ ଆସିଲେ ପାଣ୍ଡିଆନ

ଚୌଦ୍ଵାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଙ୍କ ଭଉଣୀ ବାହାଘରରେ ନଜର ଆସିଥିଲେ ଭି କେ ପାଣ୍ଡିଆନ୍ ।

୬ ମାସ ପରେ ସାମ୍ନାକୁ ଆସିଲେ ପାଣ୍ଡିଆନ

 ୬ ମାସ ପରେ ସାମ୍ନାକୁ ଆସିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ । ବୁଧବାର କଟକ ନିକଟ ତ୍ରିଶୁଳିଆଠାରେ ଏକ ବିବାହ କାର୍ଯ୍ୟକ୍ରମରେ ନଜର ଆସିଛନ୍ତି । ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଲୋକଙ୍କ ଗହଣରେ ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଝିଅର ବିବାହ ଉତ୍ସବରେ ଯୋଗଦେବା ପାଇଁ ପାଣ୍ଡିଆନ୍ ଆସିଥିଲେ।

ଚୌଦ୍ଵାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଙ୍କ ଭଉଣୀ ବାହାଘରରେ ନଜର ଆସିଥିଲେ ଭି କେ ପାଣ୍ଡିଆନ୍ । ବିବାହ ମଣ୍ଡପରେ ଉପସ୍ଥିତ ଅତିଥି ଓ ପ୍ରଭାତ ବିଶ୍ବାଳଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତାଙ୍କୁ ଦେଖିବାକୁ ଉତ୍ସାହ ଦେଖିବାକୁ ମିଲିଥିଲା । ପାଣ୍ଡିଆନ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ।