ରାଜ୍ୟ ରେ ପ୍ରଥମ ଗ୍ୟାସ ଚୁଲା ଶବଦାହ ଗୃହ ଉଦଘାଟିତ
ହେଲେ ପରମ୍ପରାରେ ବିଶ୍ୱାସ ରଖୁଥିବା ଲୋକ ଆସ୍ଥା ରଖିବେ ତ ? ତାକୁ ନେଇ ବଡ଼ ପ୍ରଶ୍ନ, ଆସିଲେ ନାହିଁ ବିଏମସି ଅଧିକାରୀ କି କର୍ମଚାରୀ

ରାଜ୍ୟ ରେ ପ୍ରଥମ ଗ୍ୟାସ ଚୁଲା ଶବଦାହ ଗୃହ ଉଦଘାଟିତ ,
ହେଲେ ପରମ୍ପରାରେ ବିଶ୍ୱାସ ରଖୁଥିବା ଲୋକ ଆସ୍ଥା ରଖିବେ ତ ? ତାକୁ ନେଇ ବଡ଼ ପ୍ରଶ୍ନ,
ଆସିଲେ ନାହିଁ ବିଏମସି ଅଧିକାରୀ କି କର୍ମଚାରୀ
ଓଏନ୍ଏମ୍ ବ୍ୟୁରୋ : ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ପରମ୍ପରା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଏ । ଶବ ଦାହ ପରେ ତାଙ୍କ ଅସ୍ତିକୁ ପୂଜାର୍ଚ୍ଚନା କରିବା ସହିତ ପବିତ୍ର ନଦୀରେ ମଧ୍ୟ ବିସର୍ଜନ କରାଯାଏ । ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଗଲେ ମୁକ୍ତି ମିଳିଥାଏ ବୋଲି ମଧ୍ୟ କେହି କେହି କହିଥାଆନ୍ତି ।
ସେଥିପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଅଧିକାଂଶ ଶବଦାହ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ସ୍ୱର୍ଗଦ୍ୱାରରେ ଏବେ ବି କାଠ ଚୁଲାରେ ଶବ ସଂସ୍କାର କରାଯାଉଛି । ତେବେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଧର୍ମବିହାରରେ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହର ଲୋକାର୍ପଣ କରିଛନ୍ତି । ଭୁବନେଶ୍ୱର ଜନସାଧାରଣଙ୍କ ଉଦ୍ଦ୍ୟେଶରେ ଗ୍ୟାସ ଆଧାରିତ ଶବଦାହ ଗୃହକୁ ସମର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ତେବେ ଏହାଦ୍ୱାରା ପରମ୍ପାରକୁ ଏକ ଅଘାତ ପହଞ୍ଚାଉଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କାରଣ ଇଲେକ୍ଟ୍ରିକ୍ ଚୁଲାରେ ମର ଶରୀରକୁ ସମ୍ପୂର୍ଣ୍ଣ ପୋଡ଼ି ଦିଆଯାଏ । ଅନେକ ସମୟରେ ଅସ୍ତି ମଧ୍ୟ ମିଳିନଥାଏ । ତେଣୁ ପ୍ରଶ୍ନ ଉଠୁଛି ପରମ୍ପରାରେ ଆସ୍ଥା ରଖୁଥିବା ଲୋକ ସମ୍ପର୍କୀୟଙ୍କ ସଂସ୍କାର ପାଇଁ ଇଲେକ୍ଟ୍ରିକ୍ କିମ୍ବା ଗ୍ୟାସ ଅଧାରିତ ଶବଦାହ ଚୁଲାକୁ ବ୍ୟବହାର କରିବେ ତ ?
ତେବେ ଗ୍ୟାସ୍ ଚୁଲାରେ ଶବଦାହ ନେଇ ଆରମ୍ଭ ହୋଇଛି ରାଜନୀତି
ଶବଦାହ ଗୃହ କାର୍ଯ୍ୟକ୍ରମକୁ ନେଇ ରାଜନୀତି । ଆଜି ଭୁବନେଶ୍ୱର ଧର୍ମ ବିହାରରେ ବିଏମସିର ଇଲୋକ୍ଟ୍ରୋନିସ୍ ଚୁଲା ଉଦଘାଟନ ଥିଲା । ଯାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଯାହ ସମ୍ପୁର୍ଣ୍ଣ ପ୍ରାକୃତିକ ଗ୍ୟାସ ଦ୍ୱାରା ପରିଚାଳିତ ହେବ । କିନ୍ତୁ କାର୍ଯ୍ୟକ୍ରମକୁ ବିଏମସି ଅବା ସରକାରଙ୍କ ପକ୍ଷରୁ କେହି ନ ଆସିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଅପରାଜିତା ଶଡଙ୍ଗୀ । ରାଜ୍ୟ ସରକାରଙ୍କର ଏହା କେଉଁ ପ୍ରକାର ବିବେକ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ । ସମସ୍ତେ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛ ବୋଲି ସେ କହିଛନ୍ତି । ଏପରିକି ଚାବି ନେବାକୁ କୌଣସି ଅଧିକାରୀ ଆସିନଥିବା ସେ ଅଭିଯୋଗ କରିଛନ୍ତି ।