କାଳ ବୈଶାଖୀ ର ତାଣ୍ଡବ
କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ସାଙ୍ଗକୁ ପବନ ବହିବା ମଧ୍ୟ ଜଣାପଡିଛି। । ଅତ୍ୟଧିକ ମାତ୍ରାରେ ପବନ ବୋହିବା ଯୋଗୁଁ ନାହିଁ ନଥିବା କ୍ଷତି ଘଟିଛି।

ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଗୁରୁ ବାର ଅପରାହ୍ନ ସମୟରେ ଜୋରଦାର ଝଡ ତୋଫାନ ହୋଇଥିବା ଜଣା ଯାଇଛି।
ସମୟ ଯୋଗୁଁ କୌଣସି ତଥ୍ୟ ସଂଗ୍ରହ ହୋଇ ପାରିନଥିବା ବେଳେ ଝଡ ତୋଫାନରେ କେତେକ ଅଞ୍ଚଳରେ ପରିବେଶ ସମ୍ପୁର୍ଣ୍ଣ ଖିନ ଭିନ ହୋଇ ଯାଇଥିବାର ଦେଖି ବାକୁ ମିଳିଛି।
କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ସାଙ୍ଗକୁ ପବନ ବହିବା ମଧ୍ୟ ଜଣାପଡିଛି। । ଅତ୍ୟଧିକ ମାତ୍ରାରେ ପବନ ବୋହିବା ଯୋଗୁଁ ନାହିଁ ନଥିବା କ୍ଷତି ଘଟିଛି।
ଏତଦ୍ ବ୍ୟତୀତ ରାସ୍ତା ଉପରେ ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିବା ସହିତ ଅନେକ ଅଞ୍ଚଳରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏହି କାଳ ବୈଶାଖୀ ତାଣ୍ଡବ ରେ ଅଞ୍ଚଳ ବାସି ପ୍ରଭାବିତ ହେବା ସହ ବହୁ ଧନ ସମ୍ପତ୍ତି ର କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଏହି କାଳ ବୈଶାଖୀ ର ତାଣ୍ଡବଲୀଳା ରେ ଗୃହପାଳିତ ପଶୁ ସମେତ କେତେକ ଉଠା ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟ ଉଜୁଡି ଯାଇଛି।
ସବୁ କିଛି ସ୍ବାଭାବିକ ଅବସ୍ଥାରେ ଥିବା ବେଳେ ହଠାତ୍ କଳା ହାଣ୍ଡିଆ ମେଘ ସହିତ ଝଡ ତୋଫାନ ସମସ୍ତ ଙ୍କ ନିଦ ହଜେଇ ଦେଇଛି। ଖବର ପାଇ କେତେକ ସ୍ଥାନରେ ଅଗ୍ନିଶମ ବାହିନୀ ରାସ୍ତା ଅବରୋଧ କରିଥିବା ଗଛ କଟାକଟି କରି ହଟାଉଥିବା ବେଳେ ଓଡ୍ରାଫ୍ ଟିମ୍ ସ୍ଥାନୀୟ ଲୋକଙ୍କ ସହାୟତା ରେ ପରିସ୍ଥିତି କୁ ସ୍ବାଭାବିକ ଆଣିବାକୁ ଚେଷ୍ଟା କରୁଛନ୍ତି ।
ତେବେ ଘଟଣା ସ୍ଥଳରେ ଏପର୍ଯ୍ୟନ୍ତ କେହି ସରକାରୀ ଅଧିକାରୀ ପହଞ୍ଚି ନଥିବା ବେଳେ ଅମଲାତନ୍ତ୍ରର ଧର୍ମଘଟ ଯୋଗୁଁ ସରକାରୀ କର୍ମଚାରୀ ମାନେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି।