ବିଜେଡି ଶାସନରେ ଓଡ଼ିଶାରେ ଅରାଜକତା ବ୍ୟାପିଛି
ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଦେଖାଦେଇଥିବାରୁ ଓଡ଼ିଶାବାସୀଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ଶାସକ ଦଳ ଉପରେ ବର୍ଷିଛନ୍ତି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି

ବିଜେଡି ଶାସନରେ ଓଡ଼ିଶାରେ ଅରାଜକତା ବ୍ୟାପିଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଦେଖାଦେଇଥିବାରୁ ଓଡ଼ିଶାବାସୀଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ପରେ ଝାରସୁଗୁଡାରେ ଏକ ଶିଶୁର ଅପହରଣ ଓ ମୃତଦେହ ମିଳିବା ଏବଂ ସେହିପରି ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଅଭାବନୀୟ ଘଟଣା ଘଟୁଛି। ଯାହାକୁ ନେଇ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ ରେ ଶାସକ ଦଳ ଉପରେ ବର୍ଷିଛନ୍ତି
ଗତ ୧୨ତାରିଖ ସମ୍ବଲପୁରରେ ହନୁମାନ ଜୟନ୍ତୀ ପୂର୍ବ ଶୋଭାଯାତ୍ରାରେ ପଥର ମାଡ, ଠେଙ୍ଗାରେ ଆକ୍ରମଣ ଓ କିଛି ଲୋକଙ୍କ ଘରର ଛାତ ଉପରୁ ପେଟ୍ରୋଲ ବମ୍ ଜବତ କରାଗଲା । ଯେଉଁମାନେ “କାଫିରୋକୋ କାଟ୍ ଡାଲେଙ୍ଗେ, ସାଲେ ଲୋଗକୋ ଇଣ୍ଡିଆ ଜାନେ ନେହିଁ ଦେଙ୍ଗେ” ଏବଂ ମାରଣାସ୍ତ୍ର ଧରି ତାଣ୍ଡବ ରଚେଇଲେ ସେମାନଙ୍କର କଣ କିଛି ଦୋଷ ନାହିଁ ।
ମନ୍ତ୍ରୀ ପ୍ରତାପ ଦେବଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି, ଏହି ଦଙ୍ଗା ସୃଷ୍ଟିକାରୀଙ୍କୁ ବିଜେଡ଼ି ସୁରକ୍ଷା ଦେଉଛି । ସରେଇପାଲି ଆଇଆଇସି ଧୀରେନ କୁମାର ସ୍ୱାଇଁ ଏଫଆଇଆରରେ ସ୍ପଷ୍ଟ କରି ଲେଖିଥିଲେ ଯେ, ୧୫୦ ରୁ ୧୬୦ ଦଙ୍ଗାକାରୀ ଥିଲେ ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଏତେ ବଡ ଘଟଣାରେ ପୋଲିସ ମାତ୍ର ୩୦ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଛି । ସଂପୃକ୍ତ ଅନ୍ୟ ଦଙ୍ଗାକାରୀଙ୍କୁ ଗିରଫ ନକରିବାକୁ କିଏ ଚାପ ସୃଷ୍ଟି କରୁଛି ଏବଂ କିଏ ପୋଲିସ ହାତ ବାନ୍ଧିଛି । ସାଧାରଣ ଲୋକଙ୍କୁ ସୁରକ୍ଷା ନଦେଇ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ପୋଲିସ ବିଶୃଙ୍ଖଳାକାରୀଙ୍କୁ ସୁରକ୍ଷା ଦେଉଛି । ବାହାର ରାଜ୍ୟର କୁଖ୍ୟାତ ଅପରାଧୀ ଗୁଡୁ ମୁସ୍ଲିମ୍ ଶ୍ରୀକ୍ଷେତ୍ର ପୁରୀକୁ କେମିତି ଆସିଲା? ପୁଣି ସେଠାରୁ ବରଗଡ କେମିତି ପହଂଚିଲା ଏହା ରାଜ୍ୟର ଆଇନବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି । ଗୁଡୁ ମୁସଲିମ ଓ ତାହାର ସାଥୀ ରାଜା ଖାନ୍ଙ୍କ ସହିତ ପୂର୍ବତନମନ୍ତ୍ରୀ ତଥା ଭଟଲି ବିଧାୟକଙ୍କର ସମ୍ପର୍କ କଣ ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ଶ୍ରୀ ସମୀର ମହାନ୍ତି
ବିଜୁ ଜନତା ଦଳ ସର୍ବଦା ହିନ୍ଦୁ ବିରୋଧୀ ମାନସିକତା ପ୍ରତିପୋଷଣ କରିଛି । ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟକୁ ଯାଇ ଜଣେ ଏନଜିଓଙ୍କ ସହ ଜଣେ ଭାରତବର୍ଷର ନାମିଦାମି ବିଶିଷ୍ଟ ଓକିଲଙ୍କୁ ମୋଟାଅଙ୍କର ଅର୍ଥଦେଇ ରଥଯାତ୍ରା ବନ୍ଦ କରିବାକୁ ଯିଏ ଉଦ୍ୟମ କରିଥିଲେ ।
୫ବର୍ଷ ଧରି ରତ୍ନଭଣ୍ଡାରକୁ ଲୁଣ୍ଠନ କରିଥିôବା ସରକାର ଡୁପଲିକେଟ୍ ଚାବି କଥା କହିବା ଏବଂ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇନପାରିବା ସମସ୍ତଙ୍କୁ ଚକିତ କରୁଛି । ରଘୁବର ଦାସ କମିଶନ ରିପୋର୍ଟ ଦେଲେ କିନ୍ତୁ ତାହା ପ୍ରକାଶ ହେଲା ନାହିଁ କାହିଁକି ?
ବିଜେଡି ନେତା ତଥା ମନ୍ତ୍ରୀ ପ୍ରତାପ ଦେବ ଇତିହାସର ଦ୍ୱାହି ଦେଉଛନ୍ତି, ଯଦି ତାଙ୍କର ସତ୍ସାହାସ ଅଛି ତାହାଲେ ତାଙ୍କ ଦଳର ନେତାଙ୍କୁ କହି ୨୦୦୭ର କନ୍ଧମାଳ ଦଙ୍ଗା, ୨୦୦୮ର ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ୱତୀଙ୍କ ହତ୍ୟା ଘଟଣାର କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାନ୍ତୁ ।
ରାଜ୍ୟ ସରକାରଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ଦୋମୁହାଁ ନୀତି ରାଜ୍ୟ ପାଇଁ ବିପଦ ସୃଷ୍ଟି କରୁଛି । ସାଢ଼େ ଚାରିକୋଟି ଓଡିଆ ଓ ଭକ୍ତଙ୍କ ଭାବାବେଗକୁ ବିଜେଡି ସରକାର କୁଠାରଘାରତ କରୁଛନ୍ତି ତାହାକୁ ଓଡିଆଜାତି ଦେଖୁଛି ଆଗାମୀ ଦିନରେ ମଧ୍ୟ ତାହାର ଉତର ରଖିବେ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।