ମୋର ବୟସ ହୋଇଗଲାଣି ମୁଁ ଆଉ ନିର୍ବାଚନ ଲଢ଼ିବିନି, ଏଥର ମୋ ପୁଅ ଲଢ଼ିବ

ସବୁବେଳେ କଣ ଆମେ ମୈଦାନ ରେ ରହିବୁ , ଯୁବ ପିଢୀ ଆଗକୁ ଆସନ୍ତୁ , ମୋର ବେଳ କାଳ ସରିଲା , ଏଥର ପୁଅ ର ପାଳି

ମୋର ବୟସ ହୋଇଗଲାଣି ମୁଁ ଆଉ ନିର୍ବାଚନ ଲଢ଼ିବିନି, ଏଥର ମୋ ପୁଅ ଲଢ଼ିବ

‘ବୟସ ହୋଇଗଲାଣି ମୁଁ ଆଉ ନିର୍ବାଚନ ଲଢ଼ିବିନି, ଏଥର ପୁଅ ଲଢ଼ିବ’

ମୋର ବୟସ ହୋଇଗଲାଣି ମୁଁ ଆଉ ନିର୍ବାଚନ ଲଢ଼ିବିନି, ଏଥର ମୋ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବ’।

ପ୍ରେସ୍‌ମିଟ୍‌ରେ ଏଭଳି କିଛି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।

୮୦ ବର୍ଷ ବୟସ ରେ ପଦାର୍ପଣ କଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। 

ସବୁବେଳେ କଣ ଆମେ ମୈଦାନ ରେ ରହିବୁ , ଯୁବ ପିଢୀ ବି ଆଗକୁ ଆସନ୍ତୁ , ମୋର ବେଳ କାଳ ସରିଲା , ଏଥର ପୁଅ ର ପାଳି ସେଥିପାଇଁ ମୋ ସାନ ପୁଅ କଂଗ୍ରେସ ଟିକେଟରୁ ଲଢିବ। ‘ମୁଁ ୫୫ ବର୍ଷ କଂଗ୍ରେସରେ ରହିଛି। ମୋ ସାନ ପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ’ ବୋଲି ସୁର କହିଛନ୍ତି ।

ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୁର ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏନେଇ ସେ କହିଛନ୍ତି, ‘ମୋ ପୁଅ ସିଦ୍ଧାର୍ଥ ରାଉତରାୟ ଯେଉଁ ପାହାଡ଼ ଚଢି ରେକର୍ଡ କରିଛି, ଏହାର ସଫଳତା ବିଷୟରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି।’

ମୁଖ୍ୟମନ୍ତ୍ରୀ ଏବଂ ଫାଇବ୍ ଟି ସଚିବ ପୁଅ ବିଷୟରେ ଜାଣି ଖୁସି ହୋଇଥିଲେ। କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା ସୁର ରାଉତରାୟ କହିଛନ୍ତି। ‘ମୁଁ ୫୫ ବର୍ଷ କଂଗ୍ରେସରେ ରହିଛି। ମୋ ସାନ ପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ’ ବୋଲି ସୁର କହିଛନ୍ତି ।