ଆରମ୍ଭ ହେବ 'ଜଗନ୍ନାଥ ଏକ୍ସପ୍ରେସ' ବସ୍ ସେବା

ପୁରୀରୁ ସବୁ ଜିଲ୍ଲାକୁ ଗଡ଼ିବ ସ୍ପେଶାଲ ବସ୍ l ଏଇ ମାସରେ ଜଗନ୍ନାଥ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ l ମାଳତିପାଟପୁର ବସଷ୍ଟାଣ୍ଡରୁ ଗଡ଼ିବ ବସ୍ l ମୋ ବସ୍, ଲକ୍ଷ୍ମୀ ବସ୍ ପରେ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ଜଗନ୍ନାଥ ଏକ୍ସପ୍ରେସ l
ପୁରୀରୁ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାର ହେବ ଶୁଭାରମ୍ଭ । ମାଳତୀପାଟପୁର ବସ୍ଷ୍ଟାଣ୍ଡରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରୁ ସବୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ ଏହି ସ୍ବତନ୍ତ୍ର ବସ୍ । ପୂର୍ବରୁ ଯେଭଳି ଲକ୍ଷ୍ନୀ ବସ ପ୍ରତି ପଂଚାୟତକୁ ଗଡିବା ସହ ଲୋକଙ୍କ ସୁବିଧାସୁଯୋଗ ଯୋଗାଇଥିଲା ଏହା ମଧ୍ୟ ସେହିଭଳି ଲୋକଙ୍କ ସେବାରେ ଆସିବ। ତେବେ ପୁରୀରୁ ଭୁବନେଶ୍ୱର ସହ ସମସ୍ତ ଜିଲାକୁ ଗ଼ଡିବ ଏହି ବସ ସେବା ବୋଲି କହିଛନ୍ତି CMଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ରଙ୍କ ସୂଚନା । ସେପଟେ ଏହାକୁ ସ୍ୱାଗତ କରିଛନ୍ତି ସେବାୟତ । ମୋ ବସ୍, ଲକ୍ଷ୍ମୀ ବସ୍ ପରେ ଜଗନ୍ନାଥ ଏକ୍ସପ୍ରେସ୍ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ।...
ଯାତ୍ରୀ ପରିବହନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପ । ସହରାଞ୍ଚଳରେ ଯାତ୍ରୀ ପରିବହନକୁ ସୁଗମ ଓ ସହଜ କରିବା ପାଇଁ ୨୦୧୮, ନଭେମ୍ବର ମାସରେ ଆରମ୍ଭ ହୋଇଥିଲା 'ମୋ ବସ୍'ଯୋଜନା । ପଞ୍ଚାୟତରୁ ଗାଁ ଗାଁକୁ ଯିବା ପାଇଁ ୨୦୨୩ ନଭେମ୍ବରରୁ ଆରମ୍ଭ ହୋଇଛି 'ଲକ୍ଷ୍ମୀ ବସ୍' ଯୋଜନା । ଆଉ ଏବେ ପୁରୀରୁ ସବୁ ଜିଲ୍ଲାକୁ ଯାତ୍ରୀ ପରିବହନ ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ।
ପୁରୀ ଧାମକୁ ଲୋକଙ୍କୁ ସହଜରେ ନେବା ଆଣିବା କରିବା ଲକ୍ଷ୍ୟରେ ଏହି ସ୍ବତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରାଯାଉଛି । ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବାକୁ ସ୍ବାଗତ କରିଛନ୍ତି ସେବାୟତ । ଏହି ବସ୍ ସେବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁର ପ୍ରଚାର କରିବା ସହ ଲୋକଙ୍କ ଭିତରେ ଏକ ଆଧ୍ଯାତ୍ମିକ ଭାବନା ସୃଷ୍ଟି କରିବାରେ ସହାୟକ ହେବ ।
ମୋ ବସ୍, ଲକ୍ଷ୍ମୀ ବସ୍ ଆଉ ଏବେ ଜଗନ୍ନାଥ ଏକ୍ସପ୍ରେସ୍ । ଯଦିଓ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବାର ଚୂଡ଼ାନ୍ତ ରୂପରେଖ ଜଣାପଡ଼ିନାହିଁ, ତେବେ ଏହା ଯାତ୍ରୀ ପରିବହନ ସେବାକୁ ଆହୁରି ତ୍ବରାନ୍ବିତ କରିବ ନିଶ୍ଚୟ ।