ଏଥର ବସରେ ମାଗଣା ଯାତ୍ରା କରିବେ ମହିଳା

ମହିଳାଙ୍କ ପାଇଁ ଖୁସି ଖବର । ବସ୍‌ରେ ମିଳିବ ମାଗଣା ଯାତ୍ରା ସୁବିଧା । ଏ ନେଇ ଖୁବ୍‌ ଶୀଘ୍ର ଘୋଷଣା କରିବାକୁ ଯାଉଛନ୍ତି ସରକାର ।

ଏଥର ବସରେ ମାଗଣା ଯାତ୍ରା କରିବେ ମହିଳା

ମହିଳାଙ୍କ ପାଇଁ ଖୁସି ଖବର । ବସ୍‌ରେ ମିଳିବ ମାଗଣା ଯାତ୍ରା ସୁବିଧା । ଏ ନେଇ ଖୁବ୍‌ ଶୀଘ୍ର ଘୋଷଣା କରିବାକୁ ଯାଉଛନ୍ତି ସରକାର ।

ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ମହିଳାଙ୍କ ପାଇଁ ବିଭିନ୍ନ ସ୍କିମ୍‌ ଘୋଷଣା କରୁଛନ୍ତି । ଆଉ ଯୋଜନାଗୁଡିକୁ କାର୍ଯ୍ୟକାରୀ ଦିଗରେ ବି ବିହିତ ପଦକ୍ଷେପ ନେଉଛନ୍ତି ।

ଏହି ପରିପ୍ରେକ୍ଷୀରେ ଏବେ ମହିଳାଙ୍କ ପାଇଁ ଆଉ ଏକ ଯୋଜନା ଲାଗୁ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଆନ୍ଧ୍ର ପ୍ରଦେଶ ସରକାର ।

ନିକଟରେ ତେଲଙ୍ଗାନାର ନବ ଗଠିତ କଂଗ୍ରେସ ସରକାର ମହିଳାଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଥିଲା । ଅବଶ୍ୟ ତାହା କାର୍ଯ୍ୟକାରୀ ହେବାକୁ କିଛିଦିନ ସମୟ ଲାଗିବ ।

ପୂର୍ବରୁ TDP ନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଦଳ କ୍ଷମତାକୁ ଆସିଲେ ଏଭଳି କରିବ କହିଥିଲେ ଚନ୍ଦ୍ରବାବୁ ।