ସମୁଦ୍ରରେ ଗାଧୋଇବା ବେଳେ ବୁଡିଗଲେ ପର୍ଯ୍ୟଟକ : ଦୁଇ ଜଣଙ୍କ ମୃତ୍ୟୁ
ସେକ୍ଟର ୧୩ରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ପର୍ଯ୍ୟଟକ ।

ପୁଣି ପୁରୀ ସମୁଦ୍ରରେ ଅଘଟଣ । ସେକ୍ଟର ୧୩ରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ପର୍ଯ୍ୟଟକ । ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମେ ଜଣଙ୍କ ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିଲେ । ତେବେ ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି ଶ୍ରୀରାମପୁରର ଅରିନ୍ଦମ୍ ଦାସ । ନିଖୋଜ ବ୍ୟକ୍ତିଙ୍କ ପରିଚୟ ମିଳିନଥିଲା । ଲାଇଫ୍ ଗାର୍ଡ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି କରିବା ପରେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।