ଶାବର ଶ୍ରୀ କ୍ଷେତ୍ରରୁ ପୁରୀକୁ ଯିବ କୋରାପୁଟରର କଳାଜିରା

ଶାବର ଶ୍ରୀ କ୍ଷେତ୍ରରୁ ପୁରୀକୁ ଯିବ କୋରାପୁଟରର କଳାଜିରା

ପ୍ରଭୁ ଜଗନ୍ନଥଙ୍କ ରୋଷ ଶାଳରେ ମହକିବ କଳାଜିରା ଚାଉଳ । ଭୋଗରେ ଲାଗିହେବ ଏହି କଳାଜିରା କିସମ ଚାଉଳ । ପ୍ରସ୍ତୁତ ହେବ ସୁସ୍ୱାଦୁ ବ୍ୟଂଜନ ମାନ । ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷତ୍ରକୁ କଳାଜିରା ଚାଉଳ ପଠାଇବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କେବଳ ଅପେକ୍ଷା ରହିଛି ଅନୁମୋଦନକୁ । ଅନୁମୋଦନ ମିିଳିଗଲେ ଭକ୍ତ ମାନେ ପାଇବେ କଳାଜିରାରୁ ପ୍ରସ୍ୁତ ପ୍ରସାଦ ।

ଏହି କଳାଜିରାକୁ ଜିଆଇ ଟ୍ୟାଗ ମିଳିବା ପରେ କୋରାପୁଟ ଜିଲ୍ଲାପାଇଁ ଏହା ଦେଇଛି ଆଉ ଏକ ପରିଚୟ । କୋରାପୁଟ ଜିଲ୍ଲାରେ ବହୁଳ ଭାବରେ ଏହା ଚାଷ ହେଉଥିବାବେଳେ ଏହାର ଗୁଣବତା ନେଇ ବଢୁଛି ଚାହିଦା । ବେଶୀ କରି ଦିନକୁ ଦିନ ଦେଶ ବିଦେଶର ବି ଚାହିଦା ବଢିବାରେ ଲାଗିଛି । ସୁସ୍ୱାଦୁ ବ୍ୟଂଜନ ପ୍ରସ୍ତୁତ କରିବାରେ ଏହି କଳାଜିରା ବ୍ୟବହାର ହୋଇଥାଏ । ଆଉ ଏବେ ମହାପ୍ରସାଦରେ ବ୍ୟବହାର କରିବାକୁ ଚାଲିଛି ପ୍ରୟାସ ।