ହୋଇ ଥାନ୍ତା କି ବଡ଼ ବିଲ୍ , ଚତୁର୍ଥ ଦିନ ରେ ପାଇଓନିଅର ଗ୍ଲୋରି

ପରିଚାଳକ ତଥା ମାଲିକ କରିଥାନ୍ତେ କି ଡିଲ୍ ? ନାହିଁ କି ଅନ୍ତର୍ଯ୍ୟାମୀ ଙ୍କ ଆନ୍ତରିକତା

ହୋଇ ଥାନ୍ତା କି ବଡ଼ ବିଲ୍ , ଚତୁର୍ଥ ଦିନ ରେ ପାଇଓନିଅର ଗ୍ଲୋରି

ପାରାଦୀପ : ବିଗତ ୪ଦିନ ଧରି ହଟଚମଟ ପରେ ଏବେ ପାଇଓନିଅର ଗ୍ଲୋରି କୁ ନେଇ ଚର୍ଚ୍ଚା ଜୋର ଧରିଛି। ବାଲି ନ ଥାଇ କି ପ୍ଲଟ୍ ନ ଥାଇ ଶକ୍ତି ସିପିଙ୍ଗ୍ ମଗାଇଥିବା ଜାହାଜ ବନ୍ଦର ମଧ୍ୟ କୁ ପ୍ରବେଶ କରି ପାରୁନାହିଁ। ଲାଗିଛି ରୋକ୍, ଚାଲିଛି ତନାଘନା, ଛିଡ଼ା ହୋଇଛି ଜାହାଜ,  କିନ୍ତୁ ଏହି କାରସାଦି ର ମାଷ୍ଟର ମାଇଣ୍ଡ କିଏ ? ତାକୁ ନେଇ ଆରମ୍ଭ ହୋଇଛି ତର୍ଜମା । କିନ୍ତୁ ଅନୁସନ୍ଧାନ ରୁ ଜଣାପଡିଛି ଯେ ଶକ୍ତି ସିପିଙ୍ଗ୍ ର ଷ୍ଟିଭେଡୋର ଦାୟିତ୍ଵ ନିର୍ବାହ କରିବାକୁ ନେଇଛି ପାରାଦୀପ ଲଜିଷ୍ଟିକ୍। ଯାହାର ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ତୁଲାଉଛନ୍ତି ଅନ୍ତର୍ଯ୍ୟାମୀ ପଟ୍ଟନାୟକ। ସେହିପରି ଅନ୍ୟ ଏକ ବାଲି ରପ୍ତାନି କାରୀ ସଂସ୍ଥା ଯେ କି ଫେୟାରମେକ୍ ତାର ଷ୍ଟିଭେଡୋରିଂ ଦାୟିତ୍ଵ ତୁଲାଉଛି ରାଏ ଆଣ୍ଡ୍ ଚାଟାର୍ଜୀ। ଯାହାର ପାରାଦୀପରେ ପରିଚାଳକ ଭାବେ ଅବସ୍ଥାପିତ ଅଛନ୍ତି ଅନ୍ତର୍ଯ୍ୟାମୀ ପଟ୍ଟନାୟକ। ଗୋଟିଏ ରେ ମାଲିକ ଓ ଆରଟିରେ ପରିଚାଳକ ଭାବେ ଦାୟିତ୍ଵ ନିର୍ବାହ କରି ପାରାଦୀପ ରେ ଦୀର୍ଘ ଦିନ ହେବ କାର୍ଯ୍ୟରତ ଶ୍ରୀଯୁକ୍ତ ପଟ୍ଟନାୟକ। କିନ୍ତୁ ଦୀର୍ଘ ଦିନ ର ଅଭିଜ୍ଞତା ଥାଇ ଏପରି ଜାହାଜ ଆସି ଦିନ ଦିନ ଧରି ଛିଡା ହେବା ଏକ ପ୍ରକାର ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଯେଉଁଥିରେ ଲୋକେ ଏବେ କହି ବୁଲୁଛନ୍ତି ଯେ ଏଥିରେ ବୋଧେ ଆନ୍ତରିକତା ନାହିଁ ଅନ୍ତର୍ଯ୍ୟାମୀ ଙ୍କ ର କାହିଁକି ନା ଗଣମାଧ୍ୟମର ଶିରୋନାମା ପାଲଟିଛି ପାଇଓନିଅର ଗ୍ଲୋରି । ଯାହା କରିବେ ସବୁ ଧରାପଡିଯିବ ସେଥିପାଇଁ ଦୂରେଇ ରହିବା ହିଁ ଶ୍ରେୟସ୍କର। ଗୋଟିଏ ପଟେ ଶକ୍ତି ସିପିଙ୍ଗ୍ ର ପ୍ଲଟ୍ ନାହିଁ କି ମାଲ୍ ନାହିଁ ଅପରପକ୍ଷରେ ଫେୟାରମେକ୍ କମ୍ପାନୀ ର ନିଜସ୍ବ ପ୍ଲଟ୍ ରେ ଭର୍ତ୍ତି ହୋଇ ରହିଛି ପ୍ରାୟ ୩୨ହଜାର ମେଟ୍ରିକ୍ ଟନ୍ ବାଲି । କିନ୍ତୁ କମ୍ପାନୀ ଦ୍ବୟଙ୍କ ଷ୍ଟିଭେଡୋରିଂ ଦାୟିତ୍ଵ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ। ତେବେ ଏଠି ପ୍ରଶ୍ନ ଉଠୁଛି ସତରେ କଣ ଶ୍ରୀଯୁକ୍ତ ପଟ୍ଟନାୟକ ୨କମ୍ପାନୀ ମଧ୍ୟ ରେ ଡିଲ୍ କରୁଥିଲେ ? ଏପଟେ ଶକ୍ତି ସିପିଙ୍ଗ୍ କୁ ଜାହାଜ ଆଣିବାକୁ କହି ଫେୟାରମେକ୍ ର ବାଲି ରପ୍ତାନି କରିଥାନ୍ତେ ? ଯାହାକୁ ନେଇ ପାରାଦୀପ ରେ ଜୋର ସୋର୍ ରେ ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ହେବାବି ସ୍ବାଭାବିକ କାହିଁକି ନା ବିନା ପ୍ଲଟ୍ ଓ ବିନା ବାଲି ଷ୍ଟକ୍ ରେ ଜାହାଜ ଆସିଲା କେମିତି ? କେଉଁଠୁ ନିର୍ଭର ପ୍ରତିଶ୍ରୁତି ପାଇ ଶକ୍ତି ସିପିଙ୍ଗ୍ ଜାହାଜ ମଗାଇଲା, କିଏ ଏହା ପ୍ରଚ୍ଛଦପଟ୍ଟ ର ନାୟକ ? ଏହା ପଛରେ କେତେ ଟଙ୍କାର କଳା କାରବାର ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ପ୍ଲଟ୍ ରେ ବାଲି ନଥାଇ ବାଲି ଏକ୍ସପୋର୍ଟ କରିବା ଟା ନିଶ୍ଚିନ୍ତ କୋଟି କୋଟି ଟଙ୍କାର ଡିଲ୍ ହୋଇ ଥିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। 

ଅପରପକ୍ଷରେ ପାରାଦୀପ ବନ୍ଦର ରେ ଏପରି ଗଫଲତି କାର୍ଯ୍ୟ କିଛି ନୁଆକଥା ନୁହେଁ। ପାରାଦୀପ ବନ୍ଦର ପ୍ରଶାସନ ଯେତେ ପ୍ରକାର ନୁଆ ଆଇନ୍ କାନୁନ୍ ତିଆରି କରୁଛି ବନ୍ଦର କୁ ବ୍ୟବହାର କରୁଥିବା ସଂସ୍ଥା ମାନେ ତାର ବିକଳ୍ପ ପନ୍ଥା ତିଆରି କରି ବିଭିନ୍ନ ଚୋରା କାରବାରରେ ସମ୍ପୃକ୍ତ ହେଉଛନ୍ତି। 

ତେବେ ଏଠି ଅକାରଣ ରେ ବିନା ଦୋଷରେ କେବଳ ଭଡା ପାଇବାକୁ ଯାଇ ୪ଦିନ ହେବ ଜାହାଜ ଦଣ୍ଡ ଭୋଗୁଛି। ଆହୁରି କେତେ ଦିନ ଛିଡ଼ା ହେବ ତାହା ବି ଜଣା‌ନାହିଁ। କିନ୍ତୁ କେତେକ ଅସମର୍ଥିତ ସୁତ୍ରରୁ ପ୍ରକାଶ ଯେ ଗତକାଲି ଓ ଆଜି ସକାଳେ ଜାହାଜ ମାଲିକ ଏକ୍ସପୋର୍ଟର କୁ କଡ଼ା ଚେତାବନୀ ଦେଇ ଜାହାଜ ଅନ୍ୟ ଆଡ଼େ ନେଇଯିବା ନେଇ ସୁଚନା ଦେଇଛି। ଆଜି ଅର୍ଥାତ୍ ୧୫ତାରିଖ ବନ୍ଦର ଡିଟିଆର୍ ରିପୋର୍ଟ ରେ ପାଇଓନିଅର ଗ୍ଲୋରି ନଟ୍ ରେଡି ସେଗମେଣ୍ଟ୍ ରେ ୨ୟ ସ୍ଥାନକୁ ଆସିଥିବା ବେଳେ ଆଙ୍କରେଜ ଏରିଆ ରେ ଛିଡ଼ା ହେବା ଟା ଚତୁର୍ଥ ଦିନ ରେ ପହଞ୍ଚିଛି । ଏବେ ସରକାରୀ ଛୁଟି ଦିନ ଚାଲି ଥିବାରୁ କାର୍ଯ୍ୟାଳୟ ଖୋଲିବା ପରେ ଯାହା କିଛି କାର୍ଯ୍ୟ ଆଗେଇବା ନେଇ ସୁଚନା ମିଳୁଛି। ତେବେ ଏହା ମଧ୍ୟ ରେ ଯଦି ଜାହାଜ ମାଲିକ ଚାହିଁବେ ତା'ହେଲେ କୌଣସି ନୀତି ନିୟମ ନ ମାନି ସିଧା ସଳଖ ତାଙ୍କ ଜାହାଜ ଡାଇଭର୍ଟ କରାଇବେ ନହେଲେ ପାରାଦୀପ ବନ୍ଦର ରୁ ଫେରାଇ ନେବେ । ଯାହାକୁ ନେଇ ଏବେ ସମସ୍ତଙ୍କର ନଜର। ତେବେ ଏହି ବିଗ୍ ଡିଲ୍ ନେଇ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହିତ ଯୋଗା ଯୋଗ କରିବାରେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ।