ଆଉ ନାହାନ୍ତି ଶ୍ରୀମନ୍ଦିର ପ୍ରାକ୍ତନ ପ୍ରଶାସକ ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର

ଶ୍ରୀମନ୍ଦିର ପ୍ରାକ୍ତନ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ଜଣେ ମୂର୍ଧନ୍ୟ ବ୍ୟକ୍ତିତ୍ଵ *ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର* ଆଉ ନାହାନ୍ତି।

ଆଉ ନାହାନ୍ତି ଶ୍ରୀମନ୍ଦିର ପ୍ରାକ୍ତନ  ପ୍ରଶାସକ ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର

ଭକ୍ତଟିଏ ମୃତ୍ୟୁ ଲଭେନା। ଜୀବନଯାକ ନିଜ ଇଷ୍ଟଙ୍କୁ ଖୋଜି ଖୋଜି ସେ ବ୍ରହ୍ମର ସେଇ ସ୍ୱରୂପରେ ବିଲୀନ ହୁଏ। ଠିକ୍ ଯେମିତି ଶ୍ରୀ ମିଶ୍ର ଆଜି ଚାଲିଗଲେ।

 ମୁଦ୍ରିତ ଆଖିରେ କଳା ମୁଁହକୁ ଦର୍ଶନ କରିବାର ଅଭିଳାଷ ଆଜି ତାଙ୍କୁ ସେହି କୃଷ୍ଣ ସ୍ୱରୁପରେ ବିଲୀନ କଲା।ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଆମେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାକ୍ତନ ପ୍ରଶାସକ ତଥା ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ଗତବର୍ଷ ସେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ ଅବସରରେ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ ପାଇଥିଲେ ଏବଂ ସେହି ଅବସରରେ ଏକ ଭାବପୂର୍ଣ୍ଣ ଅଭିଭାଷଣ ଦେଇଥିଲେ।

ତାଙ୍କର ବିୟୋଗରେ ପ୍ରତିଷ୍ଠାନ ଶୋକ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଏହି ଦୁଃଖ ସହିବା ପାଇଁ ଶ୍ରୀଜଗନ୍ନାଥ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ।