ଭୀମକୁଣ୍ଡ ରେ ମକର ମେଳା ଓ ଶହ ଶହ ଭକ୍ତ ବୁଡ଼ପକାଇଲେ
ମୟୁରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଠାକୁରମୁଣ୍ଡା ବ୍ଲକର ବୋରିଂ ଗ୍ରାମ ପାର୍ଶ ରେ ପୂଣ୍ଯ ତୋୟା ବୈତରଣୀ ନଦୀ ର ଭୀମକୁଣ୍ଡରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶହ ଶହ ଭକ୍ତ ବୁଡ଼ ପକାଇଥିବା ଦେଖିବାକୁ ମିଳିଛି

ମୟୁରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଠାକୁରମୁଣ୍ଡା ବ୍ଲକର ବୋରିଂ ଗ୍ରାମ ପାର୍ଶ ରେ ପୂଣ୍ଯ ତୋୟା ବୈତରଣୀ ନଦୀ ର ଭୀମକୁଣ୍ଡରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶହ ଶହ ଭକ୍ତ ବୁଡ଼ ପକାଇଥିବା ଦେଖିବାକୁ ମିଳିଛି l ଭୀମକୁଣ୍ଡ ମହୋତ୍ସବ ଆରମ୍ଭ ହୋଇଛି l କରଞ୍ଜିଆ ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ଓଡିଶୀ, ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଠାକୁରମୁଣ୍ଡା ର ୨ କୁନି ଝିଅଙ୍କ ନୃତ୍ୟ ସମସ୍ତଙ୍କ ଝୁମେଇ ଦେଇ ଥିଲା l ବୈତରଣୀର ଉଭୟ ପାର୍ଶ୍ୱ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ହୋଇଥିବାବେଳେ ଉଭୟ ପକ୍ଷରେ ଲୋକମାନେ ଭୀମକୁଣ୍ଡରେ ମକର ବୁଡ଼ର ମଜା ନେଇଥିଲେ l ଭୀମକୁଣ୍ଡକୁ ଗୁପ୍ତ ଗଙ୍ଗା କୁହାଯାଉଥିବାବେଳେ ଭକ୍ତ ମାନେ ମକର ସଂକ୍ରାନ୍ତି ଦିନ ବୈତରଣୀରେ ସକାଳୁ ସକାଳୁ ବୁଡ଼ ଦେଇ କୁଣ୍ଡେଶ୍ବର ମହାଦେବ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ପାଇଁ ଖୁବ ଆଗ୍ରହୀ ହୋଇଥାନ୍ତି l ବଡ କୁଣ୍ତ ଓ ସାନ କୁଣ୍ଡ ରେ ଭକ୍ତ ଙ୍କୁ ବୁଡ଼ ପକାଇବାକୁ ପ୍ରସାଶନ ବାରଣ କରିଥିଲେ । ବୈତରଣୀର ଉପରମୁଣ୍ଡ ରେ ଭକ୍ତ ମାନେ ବୁଡ ପକାଇ ଥିଲେ । ଦିନ ୧ ଟା ରୁ ୪ ଟା ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳିଥିଲା l ବୋରିଂ ଗ୍ରାମର କୁଣ୍ଡେଶ୍ୱର ବନ ସୁରକ୍ଷା ସମିତି କାର୍ଯ୍ୟକ୍ରମ ଆୟୋଜନର ନେତୃତ୍ୱ ନେଇଥିଲା l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଠାକୁରମୁଣ୍ଡା ପୁଲିସ ଓ ଅଗ୍ନିଶମ ବିଭାଗ ସଜାଗ ଥିବାର ଦେଖା ଯାଇଥିଲା।