ପଥର ବୋଝେଇ ଟ୍ରାକ୍ଟର ଜବତ
ଦୁଇଟି ବେଆଇନ ପଥର ବୋଝେଇ ଟ୍ରାକ୍ଟର ଜବତ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଇଲାକାରେ ବେଆଇନ ଭାବେ ମାଙ୍କଡ଼ା ପଥରର ଚୋରାଚାଲାଣ ଚାଲିଥିବା ବେଳେ ଯାହାକୁ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ହାନି ଘଟୁଥିବାରୁ ଜଙ୍କିଆ ପୋଲିସ ଏହାକୁ ସ୍ଵତନ୍ତ୍ର ଦୃଷ୍ଟିରଖିଛି। ଉକ୍ତ ଥାନା ଅନ୍ତର୍ଗତ ସିକୋ ଫାଣ୍ଡି ଅଂଚଳର ବେଆଇନ ଖଣି ଖନନ ଓ ମାଙ୍କଡ଼ା ପଥରର ଚୋରାଚାଲାଣ ହେଉଥିବା ଖବର ପାଇ ଜଙ୍କିଆ ପୋଲିସ୍ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ଦୁଇଟି ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ଏହି ଘଟଣା ରେ ଦୁଇଟି ବେଆଇନ ପଥର ବୋଝେଇ ଟ୍ରାକ୍ଟର କୁ ସିକୋ ଫାଣ୍ଡିରେ ଅଟକ ରଖି ପୋଲିସ ତଦନ୍ତ ଯାରି ରଖିଥିବା ଥାନା ଆଇଆଇସି ଜଣାଇଛନ୍ତି।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ