ଦିନରେ ଜବତ ବାଣ ଓ ମଦକୁ ବେଗୁନିଆପୋଲିସ ରାତି ଅଧରେ କରୁଥିଲେ ଚାଲାଣ
ଦିନରେ ଜବତ ବାଣ ଓ ମଦକୁ ବେଗୁନିଆପୋଲିସ ରାତି ଅଧରେ କରୁଥିଲେ ଚାଲାଣ

ପଦାରେ ପଡିଲା ବେଗୁନିଆ ପୋଲିସର କଳାକାରାନାମା । ଦିନରେ ଡାହାଣୀ ହୋଇ ଲାଗିବା ଏବଂ ବିଳମ୍ବିତ ରାତିରେ ଗୁଣିଆ ହୋଇ ଝାଡିବା ମହଗାଂ ପଡିଛି । ଗତକାଲି ବେଗୁନିଆ ପୋଲିସ ବାଣ ଗୋଦାମ ରେ ଚଢାଉ କରି ଟ୍ରକ ଟ୍ରକ ବାଣ ଜବତ କରିବା ଘଟଣା ରାଜ୍ଯରେ ଚହଳ ସୁଷ୍ଟି କରିଥିଲା । କିନ୍ତୁ ବାଣକୁ ନଷ୍ଟ କରାଯିବ କହି ନଷ୍ଟ ନକରି ଭଲ ଦାମି ବାଣକୁ ରାତିର ଅନ୍ଧାରରେ କରାଯାଉଥିଲା ଚୋରା ଚାଲଣ ।
ଥାନାର ପୋଲିସ କର୍ମଚାରୀ ମାନେ ଅନ୍ଯ ଏକ ମାରୁତି ଭ୍ଯାନ ଗାଡିରେ ମଧ୍ଯ ରାତ୍ରି ରେ ବାଣ ଏବଂ ଅନ୍ଯ ଏକ ଦୁର୍ଘଟଣା ରେ ଗାଡିରୁ ବାହାରିଥିବା ବିପୁଳ ମଦକୁ ଅନ୍ଯତ୍ର ଚୋରା ଚାଲଣ କରିବା ପାଇଁ ଯାଉଥିବା ବେଳେ ଧରି ପକାଇଥିଲେ ସ୍ଥାନୀୟ ଲୋକ । ଘଟଣାରେ ଜଣେ ପୋଲିସ ଡ୍ରାଇଭର ଏବଂ ଥାନାର ଅନ୍ଯ କେତେଜଣ କର୍ମଚାରୀ ସାମିଲ ହୋଇଥିବା ଘଟଣା ସ୍ଥଳରେ ମାନିଥିଲେ ଲୋକଙ୍କ ହାତରେ ଧରା ପଡିଥିବା ପୋଲିସ ଡ୍ରାଇଭର ଜଣକ । ବେଗୁନିଆ ଥାନାର ପଛପଟ ଗେଟ ଦେଇ ରାତି ୧ଟା ରେ ମଦ ଓ ବାଣ ନେବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡି ହଟ୍ଟହଟା ହୋଇଥିଲା ପୋଲିସ ।
କିଏ କେଉଁ ଉଦ୍ଦେଶ୍ଯ ରେ ଥାନାରୁ ଜବତ ବାଣ ଏବଂ ମଦକୁ ରାତି ଅଧରେ ଅନ୍ଯ ଏକ ଗାଡିରେ ଯାଉଛି ବୋଲି ଲୋକମାନେ ପ୍ରଶ୍ନ କରିବା ସହ ଗାଡିଟିକୁ ଅଟକ ରଖି ଖୋର୍ଦ୍ଧା ଏସଡିପିଓଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବିଳମ୍ବିତ ରାତ୍ରିରେ ଏସଡିପିଓ ଦିଲ୍ଲୀପ ଦାସ ପହଞ୍ଚି ଗାଡିକୁ ଏବଂ ଘଟଣାସ୍ଥଳରୁ ଧରା ପଡିଥିବା ଥାନା ଡ୍ରାଇଭରଙ୍କୁ ନିଜ ହେପାଜତ କୁ ନେବା ସହିତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଗାଡିଟିକୁ ଛାଡିଥିଲେ । ତେବେ ବେଗୁନିଆ ପୋଲିସ ବିଭିନ୍ନ ସମୟରେ ଚର୍ଚ୍ଚା ରହୁଥିବା ବେଳେ ଗୋମାଫିଆ, ଖଣିମାଫିଆ,ମଦମାଫିଆଙ୍କ ଠାରୁ ଟଙ୍କା ନେଇ ଛାଡି ଦେଉଥିବା ଅଭିଯୋଗ ହେଉଥିଲା ଏବେ ଏହି ଘଟଣା ପୂର୍ବର ଚର୍ଚାକୁ ସତ୍ଯ ପ୍ରମାଣିତ କରିଛି ।
ତେବେ ଦିନବେଳେ ବିପୁଳ ପରିମାଣ ବାଣ ଜବତ କରି ଚର୍ଚ୍ଚା ଥିବା ବେଳେ ଏହାକୁ କିଭଳି ରାତ୍ରିରେ ନଷ୍ଟନ କରାଯାଇ ଅନତ୍ର ନିଆଯାଉଛି ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନ ସୃଷ୍ଟି କରିଛି । ଅନ୍ଯକୁ ସୁରକ୍ଷା ଦେଉଥିବା ପୋଲିସ ଯଦି ନିଜେ ଏପରି ଦୁର୍ନୀତିରେ ଲିପ୍ତ ରହିବ ତେବେ ସ୍ଥାନୀୟ ଅଚଂଳ ରେ କଣ ଘଟିବ ତାଙ୍କୁ ନେଇ ଜନସାଧାରଣ ପ୍ରଶ୍ନକରିଛନ୍ତି । ସେପଟେ ଥାନାରେ ଥିବା ଏଭଳି କର୍ମଚାରୀ ଓ ଅଧିକାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ ।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ