ବିଜେଡିର ଜାତୀୟ ମୁଖପାତ୍ର ହେଲେ ସଂତୃପ୍ତ ମିଶ୍ର
ବିଜେଡିରେ ଯୋଗ ଦେଉ ଦେଉ ସଂତୃପ୍ତ ମିଶ୍ର ଙ୍କୁ ଜାତୀୟ ମୁଖପାତ୍ର ଭାବେ ବିଜୁ ଜନତା ଦଳ ପକ୍ଷରୁ ଦାୟିତ୍ଵ ନିର୍ବାହ ପାଇଁ ନିୟୋଜିତ କରାଯାଇଛି

ବିଜେଡିରେ ଯୋଗ ଦେଉ ଦେଉ ସଂତୃପ୍ତ ମିଶ୍ର ଙ୍କୁ ଜାତୀୟ ମୁଖପାତ୍ର ଭାବେ ବିଜୁ ଜନତା ଦଳ ପକ୍ଷରୁ ଦାୟିତ୍ଵ ନିର୍ବାହ ପାଇଁ ନିୟୋଜିତ କରାଯାଇଛି। ଏଥି ସହ ଦଳୀୟ ମୁଖପାତ୍ର ନେଇ ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ ଦଳ ନିୟୋଜିତ କରିଛି , ଏନେଇ ଦଳର ମିଡ଼ିଆ ସେଲ୍ ଅଧ୍ୟକ୍ଷ ତଥା ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଙ୍କ ସ୍ବାକ୍ଷରିତ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ପୂର୍ବତନ କର୍ପୋରେଟ୍ ଅଧିକାରୀ ସଂତୃପ୍ତ ମିଶ୍ର ଆଜି ବିଦ୍ଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେବାପରେ ଦଳ ପକ୍ଷରୁ ଏହି ଦାୟିତ୍ଵ ଦିଆ ଯାଇଛି ।
ତେବେ ବିଜେଡିରେ ଯୋଗ ଦେବା ପରେ ସଂତୃପ୍ତ କହିଥିଲେ ଯେ ଦଳରେ ଯାହା ଦାୟିତ୍ୱ ମିଳିବ ତାକୁ ସେ ସୂଚାରୁ ରୂପେ ପାଳନ କରିବେ । ଓଡିଶାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଚେଷ୍ଟା କରିବେ । ତେବେ ଜାତୀୟ ମୁଖପାତ୍ର ଦାୟିତ୍ଵ ମିଳିବା ପରେ ଶ୍ରୀଯୁକ୍ତ ମିଶ୍ର ବେଶ୍ ଉତ୍ସାହିତ ହୋଇ ପଡିଥିବା ଦେଖା ଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଦେବୀପ୍ରସାଦ ମିଶ୍ର, ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା, ସେହ୍ନାଙ୍ଗିନୀ ଛୁରିଆ, ଅତନୁ ସବ୍ୟସାଚୀ ନାୟକ, ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ମିଶ୍ର ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।