ତିର୍ତ୍ତୋଲ ଓ କୁଜଙ୍ଗରେ ମହାନଦୀର ପ୍ରଥମ ବନ୍ୟାଜଳ , ମନୁଷ୍ୟ କୃତ ସନ୍ଦେହ
ତିର୍ତୋଲ ଓ କୁଜଙ୍ଗରେ ମହାନଦୀର ପ୍ରଥମ ବନ୍ୟାଜଳ ବନ୍ୟାଜଳ, ତେରମାଣପୁର ରିଙ୍ଗବନ୍ଧରେ ୪୦ଫୁଟ ଓସାରର ଘାଇ, ମନୁଷ୍ୟ କୃତ ସନ୍ଦେହ

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ଅଞ୍ଚଳର ସାତଟି ପଞ୍ଚାୟତର ପାଖାପାଖି ଆଠଶହ ପରିବାର ବନ୍ୟାଜଳ ଘେରରେ ରହିଛନ୍ତି।ସକାଳୁ ସକାଳୁ କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତ ତେରମାଣପୁର ରିଙ୍ଗବନ୍ଧରେ ୪୦ଫୁଟ ଓସାରର ଘାଇ ସୃଷ୍ଟି ହୋଇ ବନ୍ୟାଜଳ ଗାଁରେ ପଶୁଛି।ତେରମାଣପୁର ରିଙ୍ଗବନ୍ଧରେ ଘାଇ ସୃଷ୍ଟି ହେବା ଫଳରେ ତେରମାଣପୁରର ୱାର୍ଡ ନମ୍ବର ୨ଓ ୩ରେ ବନ୍ୟାଜଳ ପଶିଯାଇଛି।ଏଥିରେ ବସବାସ କରୁଥିବା ୨୫୦ପରିବାର ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଛନ୍ତି।ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ କରାଯାଇଛି।
ତିର୍ତ୍ତୋଲ ବ୍ଲକ ତରଜଙ୍ଗା ପଞ୍ଚାୟତ କୋଟକଣା ମୁଣ୍ଡାସାହୀର ୧୨ପରିବାର,ତିର୍ତ୍ତୋଲ ପଞ୍ଚାୟତ ତିର୍ତ୍ତୋଲ ମୁଣ୍ଡାସାହୀର ୨୦ପରିବାର, ମଣିଜଙ୍ଗା ପଞ୍ଚାୟତ ମଣିଜଙ୍ଗା ପାଳନ୍ଦାର ୪୨ଟି ପରିବାର ବନ୍ୟାଜଳ ଦ୍ୱାରା ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି।ସେହିପରି ମହାନଦୀର ଶାଖା ପାଇକା ନଦୀ ବନ୍ୟାଜଳରେ ସାମନ୍ତରାପୁର ପଞ୍ଚାୟତ ଅନୁପଲ୍ଲା ଗ୍ରାମର ୨୦ଟି ପରିବାର ପ୍ରଭାବିତ ହୋଇଛନ୍ତି। ମହାନଦୀର ମୁଖ୍ୟ ନଦୀବନ୍ଧ ତଥା ତାଳଦଣ୍ଡା କେନାଲ ଉତ୍ତର ପାର୍ଶ୍ୱ ମହାନଦୀ ଅବବାହିକାରେ ବସବାସ କରୁଥିବା ଆଠଶହ ପରିବାର,ସେମାନଙ୍କ ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ହେକ୍ଟର ପନିପରିବା ଫସଲ ବନ୍ୟାଜଳରେ ବୁଡି ଯାଇଛି। ବନ୍ୟାଜଳ ଯୋଗୁଁ ତାଳଦଣ୍ଡା କେନାଲବନ୍ଧ ଓ ବିଭିନ୍ନ ବିଦ୍ୟାଳୟରେ ପିଡିତ ମାନେ ଆଶ୍ରୟ ନେଇଛନ୍ତି।
ମଣିଜଙ୍ଗା-ତାରତୋଲ ରାସ୍ତାରେ ଦଶଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି।ଏହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ହୋଇଛି।
କୁଜଙ୍ଗ ବ୍ଲକ ହରିପୁର,ଚୌଧୁରୀକୂଦ ଓ କାଳିକୁଦ ଗ୍ରାମ ଜଳବନ୍ଦୀ ହୋଇଛି।ସ୍ଥାନୀୟ ପଞ୍ଚାୟତ ସହଯୋଗରେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ପକ୍ଷରୁ ରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଛି।ଗତକାଲି ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଥିଲା।ଜଳସମ୍ପଦ ବିଭାଗ ପକ୍ଷରୁ ମହାନଦୀ ଓ ଏହାର ଶାଖା ପାଇକା ନଦୀବନ୍ଧ ବନ୍ୟାଜଳ ଉପରେ ସତର୍କ ନଜର ରଖାଯାଇଛି। ଜିଲ୍ଲାପାଳ ପରୁଲ ପଟୱାରୀ ମହାନଦୀ-ପାଇକା ଦୀପାଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିବା ସହ ତଳିଆ ଅଞ୍ଚଳ ଲୋକମାନଙ୍କୁ ସୁରକ୍ଷିତ ଓ ରିଲିଫ କାର୍ଯ୍ୟ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଥିବା ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିବା ସୂଚନା ମିଳିଛି।
ରିପୋର୍ଟ- ତିର୍ତ୍ତୋଲ ବନ୍ୟାଞ୍ଚଳ ଋ ଗୌରାଙ୍ଗ ସ୍ବାଇଁ ଙ୍କ ରିପୋର୍ଟ