ଝଙ୍କଡ ବାସିନୀ ମା ଶାରଳାଙ୍କ ପୀଠରେ ଚାଲିଛି ଝାମୁଯାତ୍ରା

ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହିନ୍ଦୁ ନବ ବର୍ଷ । ଏହି ଦିନରେ ଆଜି ମାଆ ଶାରଳାଙ୍କ ପୀଠରେ ପାଳିତ ହେଉଛି ଝାମୁଯାତ୍ରା

ଝଙ୍କଡ ବାସିନୀ ମା ଶାରଳାଙ୍କ ପୀଠରେ ଚାଲିଛି ଝାମୁଯାତ୍ରା

ଜଗତସିହଂପୁର ୧୪/୦୪: ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହିନ୍ଦୁ ନବ ବର୍ଷ । ଏହି ଦିନରେ ଆଜି ମାଆ ଶାରଳାଙ୍କ ପୀଠରେ ପାଳିତ ହେଉଛି ଝାମୁଯାତ୍ରା । ଏହି ଅବସରରେ ବିଭିନ୍ନ ଦେବାଦେବୀ ପୀଠ ଗୁଡିକ ଉତ୍ସବମୁଖର ହୋଇ ଉଠିଛି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତପୀଠ ଝଙ୍କଡବାସିନୀ ମା'ଶାରଳାଙ୍କ ପୀଠ ଝାମୁ ଯାତ୍ରାକୁ ନେଇ ହୋଇ ଉଠିଛି ଚଳଚଞ୍ଚଳ ।

ବର୍ଷ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ମା'ଶାରଳାଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି । ମଧ୍ୟାହ୍ନରେ ମା'ଶାରଳାଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ମଣିମୟ ବିମାନରେ ଆରୋହଣ କରି ଘଣ୍ଟ,ଘଣ୍ଟା, କାହାଳୀ,ଭେରୀ,ତୁରୀ,ବାଜାବାଣ ରୋସଣୀରେ ଶତାଧିକ ଭକ୍ତଶ୍ରଦ୍ଧାଳୁଙ୍କ ଗହଣରେ ପ୍ରାକ୍ତନ ପୀଠ ନଣ୍ଡାଦେଉଳକୁ ଯାତ୍ରା କରିଥାନ୍ତି ।

ନଣ୍ଡାଦେଉଳ ସମ୍ମୁଖ ଚରଖି ପଡିଆରେ ମା'ଶାରଳାଙ୍କ ସମ୍ମୁଖରେ ହଜାର ହଜାର ଭକ୍ତଶ୍ରଦ୍ଧାଳୁଙ୍କ ଗହଣରେ ଜଳନ୍ତା ଅଗ୍ନିରେ ନୃତ୍ୟ କରି କରି ମା'ଶାରଳାଙ୍କ ଘଟ ସେବକମାନେ ନିଷ୍ଠା ଓ ପରାକାଷ୍ଠାର ପରିଚୟ ଦେଇ ମା'ଙ୍କ ଅପୂର୍ବ ମହିମାକୁ ମହିମାମଣ୍ଡିତ କରୁଥିବାର ନିଆରା ପରମ୍ପରା ଦେଖିବାକୁ ମିଳେ।ମା'ଶାରଳାଙ୍କ ଦର୍ଶନ ଓ ଝାମୁଯାତ୍ରା ଦେଖିବା ପାଇଁ ଦୂର ଦୁରନ୍ତର ରୁ ସହ ସହ ଶ୍ରଦ୍ଧାଳୁମ ନବବର୍ଷର ସଫଳତା ପାଇଁ ମା ଶାରଳାଙ୍କ ଦର୍ଶନ କରି କୃପା ଲାଭ କରିଥାନ୍ତି ।।