ଗୋମାଂସ ବୋଝେଇ ଟ୍ରକ ଜବତ

ବାଲୁଗାଁ ୧୬ନଂ ଜାତୀୟ ରାଜପଥରୁ ଗୋମାଂସ ବୋଝେଇ ଟ୍ରକ ଜବତ ହୋଇଥିବାବେଳେ ଟ୍ରକ ଡ୍ରାଇଭର୍ ଏବଂ ହେଲ୍ପର୍ ଥାନାରେ ଅଟକ ରହିଛନ୍ତି। 

ଗୋମାଂସ ବୋଝେଇ ଟ୍ରକ ଜବତ

ବାଲୁଗାଁ ୧୬ନଂ ଜାତୀୟ ରାଜପଥରୁ ଗୋମାଂସ ବୋଝେଇ ଟ୍ରକ ଜବତ ହୋଇଥିବାବେଳେ ଟ୍ରକ ଡ୍ରାଇଭର୍ ଏବଂ ହେଲ୍ପର୍ ଥାନାରେ ଅଟକ ରହିଛନ୍ତି। ସୂଚନା ଥାଉକି ଆଜି ଅପରାହ୍ଣ ୧୨.୩୦ ସମୟରେ ଏକ ଗୋମାଂସ ବୋଝେଇ ଟ୍ରକ ଭୁବନେଶ୍ଵରରୁ ବ୍ରହ୍ମପୁର ଯାଉଥିବାବେଳେ ବିଭିନ୍ନ ସୂତ୍ରରୁ ଖବର ପାଇ ଚିଲିକା ଉପଖଣ୍ଡ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ରାଜପଥ ଉପରେ ଟ୍ରକଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ , କିନ୍ତୁ ଡ୍ରାଇଭର ଗାଡି ନ ରଖି ଦୃତଗତିରେ ଗାଡି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା। ବର୍ତ୍ତିପାରିନଥିଲା ଗୋମାଂସ ବୋଝେଇ ଗାଡି। କର୍ମକର୍ତ୍ତାଙ୍କ ଦ୍ଵାରା ଗାଡି ଅଟକ ରଖି ପୋଲିସି ଜିମା ଦବା ସହ ଟ୍ରକରେ ଲଦା ହୋଇଥିବା ଗୋମାଂସକୁ ଜେସିବି ସାହାଯ୍ୟରେ ଖୋଳିକି ପୋତିଦିଆଯାଇଛି। ଏ ନେଇ ଚିଲିକା ଉପଖଣ୍ଡ ବଜରଙ୍ଗ ଦଳର ସଭାପତି ରଜେଶ ନାୟକଙ୍କ ନେତୃତ୍ଵରେ ବାଣପୁର ଥାନାରେ ଉଭୟ ଗାଡି ମାଲିକ ଏବଂ ଡ୍ରାଇଭର , ହେଲ୍ପରଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଛି।


ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ