ଓଡ଼ିଶାର ଅଦାଲତ ଓ କ୍ଷୁଧା ପୁସ୍ତକ ଲୋକାର୍ପିତ
ଲୋହିଆ ଏକାଡେମୀ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଡଭୋକେଟ୍ ସଞ୍ଜୟ ପାରିଖଙ୍କ ଦ୍ବାରା ଲିଖ୍ ପୁସ୍ତକ "କୋର୍ଟସ ଆଣ୍ଡ ହଙ୍ଗର" (ଅଦାଲତ ଓ କ୍ଷୁଧା) ପ୍ରଫେସର ମନୋରଞ୍ଜନ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଦ୍ବାରା ଲୋକାର୍ପିତ ହୋଇଛି।

ଭୁବନେଶ୍ବର : (୨୯/୪) ଲୋହିଆ ଏକାଡେମୀ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଡଭୋକେଟ୍ ସଞ୍ଜୟ ପାରିଖଙ୍କ ଦ୍ୱାରା ଲିଖ୍ ପୁସ୍ତକ "କୋର୍ଟସ ଆଣ୍ଡ ହଙ୍ଗର" (ଅଦାଲତ ଓ କ୍ଷୁଧା) ପ୍ରଫେସର ମନୋରଞ୍ଜନ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। ଲୋହିଆ ଏକାଡେମୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲେଖକ ସଞ୍ଜୟ ପାରିଖ ଯୋଗଦେଇ କଳାହାଣ୍ଡି ଅନାହାର ମୃତ୍ୟୁକୁ ନେଇ କିପରି ସୁପ୍ରିମକୋର୍ଟରେ ସମାଜବାଦୀ ନେତା କିଶନ ପଟ୍ଟନାୟକ ପହଞ୍ଚିଲେ ଓ ସେ ନିଜେ କିପରି ଏହି ସମସ୍ୟାକୁ ପୁନଃ ଜନସ୍ୱାର୍ଥ ମାମଲା ରୂପେ ଦାୟର କରି ଦୀର୍ଘ ୨୦ ବର୍ଷ କୋର୍ଟ ଓ ଜାତୀୟ ମାନବିକ ଅଧିକାର ଆୟୋଗରେ ଲଢ଼ିଲେ ଓ କେବିକେ ଯୋଜନା ଓଡ଼ିଶାରେ ହୋଇପାରିଲା ତାର ଏକ ଲମ୍ବା ଇତିହାସ ପ୍ରକାଶ କରିଥିଲେ। ଲୋକାର୍ପଣ ପରେ ମୁକ୍ତ ଆଲୋଚନା ରେ ବିଶିଷ୍ଟ ଶିକ୍ଷାବିତ୍, ପୂର୍ବ ପ୍ରଶାସକ ଓ ସାମାଜିକ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରି କହିଲେ ଯେ ଏବେବି କେବିକେ ଜିଲ୍ଲାଗୁଡିକର ଅଧ୍ୟାବାସୀ ଦାରିଦ୍ର୍ୟ ଭିତରେ ରହିଛନ୍ତି, ଦାଦନ ଯାଇ ଶୋଷଣ ଶିକାର ହେଉଛନ୍ତି। ଏହି ଅବସରରେ ଏକାଡେମୀ ପକ୍ଷରୁ ଶ୍ରୀ ପାରିଖଙ୍କୁ ସମ୍ବର୍ଦ୍ଧିତ କରାଗଲା। ବରିଷ୍ଠ ସାମ୍ବାଦିକ ସୁଧୀର ପଟ୍ଟନାୟକ ବହିର ସମୀକ୍ଷା କରିଥିବା ବେଳେ ପ୍ରଫୁଲ୍ଲ ସାମନ୍ତରା ଓ ଦେବପ୍ରସାଦ ରାୟ ଲୋହିଆ ଏକାଡେମୀ ତରଫରୁ ସ୍ୱାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ।