ବନ୍ଧାପଡିଛି ଟ୍ରାନ୍ସଫର୍ମର

ଗଛରେ ବନ୍ଧା ହୋଇଛି ଟ୍ରାନ୍ସଫର୍ମର । ଟ୍ରାନ୍ସଫର୍ମର ସଜାଡିବା ବଦଳରେ ଗଛରେ ବନ୍ଧା ଯାଇଛି ।

ବନ୍ଧାପଡିଛି ଟ୍ରାନ୍ସଫର୍ମର

ଗଛରେ ବନ୍ଧା ହୋଇଛି ଟ୍ରାନ୍ସଫର୍ମର । ଟ୍ରାନ୍ସଫର୍ମର ସଜାଡିବା ବଦଳରେ ଗଛରେ ବନ୍ଧା ଯାଇଛି । ଯାହାକି ବିପଦକୁ ଆମନ୍ତ୍ରଣ କରିବା ସହ ସମାନ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ବିଦ୍ୟୁତର ଲୁଚକାଳି ଖେଳରେ ଅତିଷ୍ଠ ହୋଇପଡିଛନ୍ତି ଲୋକେ । ବାରମ୍ବାର ବିଦ୍ୟୁତକାଟ ହେଉଥିବା ବେଳେ ସଜାଡିବା ବଦଳରେ ଖଣ୍ଡିଗିରି ଜିଏ କଲୋନୀରେ ଗଛରେ ବନ୍ଧା ହୋଇଛି ଟ୍ରାନ୍ସଫର୍ମର ।

ଦୀର୍ଘ ୧୨ଦିନରୁ ଅଧିକ ଦିନ ହେଲା ଟ୍ରନ୍ସଫର୍ମର ଭାଙ୍ଗି ପଡିଥିବା ବେଳେ ଗଛରେ ବାନ୍ଧି କାମ ଚଳାଇ ଦେଇଛି ବିଦ୍ୟୁତ ବିଭଗୋ । ସେହିଭଳି କେବୁଲ ପୋଡିଯିବାରୁ ବିଜୁଳି କଟିଯାଇଥିଲା । । ଯାହାକୁ ନେଇ ସ୍ଥାନୀୟ ଲୋକେ ଭରତପୁର ବିଦ୍ୟୁତ କାର୍ଯ୍ୟାଳୟକୁ ଜଣାଇଥିଲେ । ହେଲେ ନୂଆ କେବୁଲ ଲଗାଇ ସଜାଡିବାକୁ ଲାଗିଥିଲା ୧୦ଘଂଟା । ଘଣ୍ଟାଏରୁ ଦୁଇ ଘଣ୍ଟା ଭିତରେ ଯେଉଁ କାମ ସରିଯାଇଥାନ୍ତା ତାହା ୧୦ଘଣ୍ଟା ଲାଗିଥିଲା ।

ଗରମ ଗୁଳୁଗୁଳି ଯୋଗୁ ଲୋକେ ଅତିଷ୍ଠ ହୋଇପଡୁଥିବା ବେଳେ ବିଭିନ୍ନ ସ୍ଥାନରେ ବାରମ୍ବାର ବିଦ୍ୟୁତ କାଟ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ରାଜଧାନୀରେ ମଧ୍ୟ ବାରମ୍ବାର ବିଦ୍ୟୁତ କାଟ ଯୋଗୁ ଅସନ୍ତୋଷ ବଢିଚାଲିଛି । ସେହିଭଳି ଟ୍ରାନ୍ସଫର୍ମର ବନ୍ଧା ହୋଇଥିବା ଏହି ଜିଏ କଲୋନୀରେ ବିଦ୍ୟୁତ କାଟ ଯୋଗୁଁ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ଗଛରେ ବନ୍ଧା ହୋଇଥିବା ଟ୍ରାନ୍ସଫର୍ମର ବିଦପକୁ ଆନ୍ତ୍ରଣ କରିବା ସହ ସମାନ ହୋଇଛି ।