ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା

ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ବସ୍ତା ବସ୍ତା ଟଙ୍କା ଗଣି ଗଣି ମେସିନ ବି ହେଉଛି ଗରମ

ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା

ଦ୍ୱିତୀୟ ଦିନରେ ଜାରି ରହିଛି ମଦ ବ୍ୟବସାୟୀଙ୍କ ଘରେ ରେଡ୍ । ବଲାଙ୍ଗୀର, ବୌଦ୍ଧ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ସୂଚନା । ବୁଧବାର ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଇଟି ରେଡ୍‌ ହୋଇଥିଲା । ଖାସ୍‌ କରି ମଦ ବ୍ୟବସାୟୀଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ଚାଲିଥିଲା ରେଡ୍‌ ।

ଟିଟିଲାଗଡ଼ ସଂଜୟ ସାହୁଙ୍କ ସହ ତାଙ୍କ ବଡ଼ଭାଇ ଦୀପକ ସାହୁଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ରେଡ୍‌ ଚାଲିଥିଲା । ଆଜି ମାନେ ୨ୟ ଦିନରେ ବି ଚାଲିଛି ରେଡ୍‌ । ସେହିପରି ବଲାଙ୍ଗୀର ସୁଦପଡ଼ା ରାଜେଶ ସାହୁଙ୍କ ମଦଭାଟି ସହ ଘରେ ମଧ୍ୟ ରେଡ୍‌ ଜାରି ରହିଛି । ଏପିରିକି ବୁଧବାର ରାତିରେ ଟ୍ରକରେ ଜବତ ଟଙ୍କା ନେଇ ଏସ୍‌ବିଆଇ ଶାଖାକୁ ନିଆଯାଇଥିଲା । ତେବେ ଜବତ ହୋଇଥିବା ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା ।

ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ କିଛି ଏଭଳି ଟଙ୍କା ଜବତ ହୋଇଛି ମଦ ବ୍ୟବସାୟୀଙ୍କ ଘରୁ । ଆଲମିରା ଭର୍ତି ହୋଇଛି ବିଡା ବିଡା ଟଙ୍କା । ଯୋଉଠି ଖୋଜିବ ଖାଲି ବାହାରୁଛି ପୁଳା ପୁଳା ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ଆୟକର ଅଧିକାରୀଙ୍କ ଆଖି ଟେରା ହୋଇ ଗଲାଣି । ମଦ ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ, ବ୍ୟାଙ୍କ ନେବାକୁ ଟ୍ରକ୍ ଆଣିବାକୁ ପଡିଛି । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ତେବେ ଟଙ୍କା ଗଣି ଗଣି ମେସିନ୍ ବି ଗରମ ହୋଇ ଯାଉଛି, ଏମିତି କି ମେସିନ ଏପରି ଗରମ୍ ହେଉଛି ଯେ ଯେ କୌଣସି ମୁହୁର୍ତ୍ତ ରେ ମେସିନ ମୋଟର ଯେପରି ପୋଡିଯିବ, ଯାହାକୁ ନେଇ ସମସ୍ତେ ଚିନ୍ତା ବ୍ୟକ୍ତ କରୁଛନ୍ତି ।

ଟ୍ରକ୍‌ରେ ବୁହାହେଲା ଟଙ୍କା

ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍। ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ବେଳେ ଧରାପଡ଼ିଛି ପ୍ରାୟ ୨ଶହ କୋଟିରୁ ଅଧିକ ନଗଦ ଟଙ୍କା।