ବାଇକ ଯୋଗେ କଫ ସିରଫ୍ ଚାଲାଣ ଅଭିଯୋଗରେ ଦୁଇ ଗିରଫ,୬୧ ବୋତଲ କଫ ସିରଫ ଜବତ
ବାଇକ ଯୋଗେ କଫ ସିରଫ୍ ଚାଲାଣ ଅଭିଯୋଗରେ ଦୁଇ ଗିରଫ,୬୧ ବୋତଲ କଫ ସିରଫ ଜବତ

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ପୁଲିସ୍ ୬୧ ଗୋଟି ବେଆଇନ୍ ଏସ୍କଫ କଫ ସିରଫ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଙ୍କ ସୁଚନା ଅନୁଯାୟୀ ଗତ କାଲି ରାତିରେ ଖପ୍ରାଖୋଲ ପୁଲିସ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବାଇକ୍ ଯୋଗେ ଶହେ ମିଲିଗ୍ରାମ୍ ବିଶିଷ୍ଟ ୬୧ ଗୋଟି କଫ ସିରଫ୍ ଅନ୍ୟତ୍ର ଚାଲାଣ ହେଉଥିବା ବେଳେ ଖପ୍ରାଖୋଲ ଥାନା ଅନ୍ତର୍ଗତ ବଡ଼ ଗୁର୍ଜିଭଟା ପାଖରେ ପୁଲିସ୍ ଦୁଇ ଜଣଙ୍କୁ ସନ୍ଦେହ କରି କାବୁ କରିଥିଲା। ସେମାନଙ୍କ ପାଖରୁ ଦୁଇଟି ମୋବାଇଲ ଓ ୬୧ ଗୋଟି ଏସ୍କଫ କଫ ସୀରଫ ସହ ଗୋଟିଏ ବାଇକ ଜବତ କରିଥିଲା । ଉକ୍ତ ଦୁଇ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତ କୁ ପଠା ଯାଇଛି।ଉକ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ନୂଆପଡା ଜିଲ୍ଲା କୋମନା ଅନ୍ତର୍ଗତ ପାଇକପଡ଼ା ର ମାଧବ ନାଏକ ହୋଇଥିବା ବେଳେ ଅନ୍ୟ ଜଣକ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ମାଲପଡା ର କ୍ଷିରୋଧର ବାରିକ ବୋଲି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୁଚନା ଦେଇଛନ୍ତି।
ରିପୋର୍ଟ, ସନ୍ତୋଷ କୁମାର ନାୟକ