ମଦୁଆ ର ଉତ୍ପାତ
ମଦ ନିଶାରେ ଚୁର ଯୁବକ ଯୋଗୁଁ ଯାତାୟତ ବାଧାପ୍ରାପ୍ତ, ଦୃଷ୍ଟି ଦେବେ କି ଥାନା ଅଧିକାରୀ ?

ବଲାଙ୍ଗୀର/ଟିଟିଲାଗଡ,ତା୨୨-୦୭: ଟିଟିଲାଗଡ ସହର ର କଲ୍ୟାଣ ମଣ୍ଡପ ନିକଟ ମୁଖ୍ୟ ରାସ୍ତା ରେ ଜଣେ ଅତ୍ୟଧିକ ମଦ୍ୟ ପାନ କରି ପଡ଼ି ରହିଥିଲା । ଯଦ୍ୱାରା ଯାତାୟାତ ସମସ୍ୟା ସହ ଏହି ଭଳି ମଦୁଆ ରାସ୍ତା ରେ ନିୟମିତ ଗଡ଼ିବା ଓ ପାଟି, ତୁଣ୍ଡ କରିବା ଦେଖା ଯାଉଛି । ପ୍ରକାଶ ଯେ,ଆଜି ମୁଖ୍ୟ ରାସ୍ତା ରେ ପଡିରହିଥିବା ଉକ୍ତ ଯୁବକ କୁ ପୋଲିସ ଖବର ପାଇ ଘଟଣା ସ୍ଥଳ ରେ ପହଞ୍ଚି ଉଦ୍ଧାର କରି ଥିଲା । ସହର ଓ ଆଖ ,ପାଖ ଥାନା ଅଞ୍ଚଳ ରେ କୂଚିଆ ଦେଶୀ ବିଦେଶୀ ମଦ ବିକ୍ରି ବୃଦ୍ଧି ପାଉଥିବା ସହ ଅସାମାଜିକ କାର୍ଯ୍ୟ କଳାପ ସୃଷ୍ଟି ହେଉଛି । ଏ ନେଇ ଇତି ମଧ୍ୟରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ଥାନାଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।