ଭୁବନରେ ୭୭ତମ ସ୍ବାଧିନତା ଦିବସ ପାଳିତ
ଭୁବନରେ ୭୭ତମ ସ୍ବାଧିନତା ଦିବସ ପାଳିତ

ଭୁବନ କୁ ଶ୍ରେଷ୍ଠ ଏନ୍ ଏ ସି କରିବାକୁ ସମସ୍ତ ଙ୍କ ସହଯୋଗ ଲୋଡିଲେ ନଗରପାଳ l ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ନୁଆବଜାର( ବସଷ୍ଟାଣ୍ଡ) ଠାରେ ୭୭ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ।ଦେଶର ଏକତା ,ଅଖଣ୍ଡତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ,ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶର ମୂଳମନ୍ତ୍ର ।
ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ ଏବଂ ଗଣତନ୍ତ୍ର ର ଆତ୍ମା । ନିଜର କର୍ତ୍ତବ୍ୟ କୁ ନିଷ୍ଠାର ସହ ପାଳନ କରି ଆମ ସମ୍ବିଧାନ ର ଗାରିମା ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଭୁବନ ଏନ୍ ଏ ସି ଏବେ ଦୃତ ବିକାଶ ପଥରେ ଆଗେଇ ଚାଲିଛି । ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଛି । ଆଗାମୀ ୫୦ ବର୍ଷ କୁ ଆଖି ଆଗରେ ରଖି ମଣିପୁର ଠାରେ ୨୦ କୋଟି ଟଙ୍କା ବ୍ୟୟରେ ୬୦ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଜଳ ବିଶୋଧନାଗାର, ବାଜିରାଉତ କଲେଜ ନିକଟରେ ୨ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ୨ ନମ୍ୱର୍ ୱାର୍ଡ ର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ପାନୀୟ ଜଳ ଉନ୍ନତିକରଣ,ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସର ମଧ୍ୟରେ ୨ କୋଟି ଟଙ୍କା ବ୍ୟୟରେ ଓଭର ହେଡ ପାଣି ଟାଙ୍କି ନିର୍ମାଣ,କ୍ଷୁଦ୍ର ଜଳ ସେଚନ ଦ୍ଵାରା ୧ କୋଟି ଟଙ୍କା ବ୍ୟୟ ରେ ରଗଡ଼ି ନାଳ ର ପୁନରୁଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି ।
ଏହା ବାଦ ୯ କୋଟି ଟଙ୍କା ବ୍ୟୟରେ ନୀଳମାଧବ ପେଟ୍ରୋଲ ପମ୍ପ ଠାରୁ କୋର୍ଟ ଛକ ପର୍ଯ୍ୟନ୍ତ ୱାନ ୱେ ରାସ୍ତା ,୬ କୋଟି ଟଙ୍କା ବ୍ୟୟରେ ସାରା ସହର ରେ ଫେବର ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି । ରଗଡ଼ି ଛକ ରେ ଆଦର୍ଶ ଶ୍ମଶାନ ଓ ୨୬ ଟି ଷ୍ଟଲ ଏବଂ ସାରା ସହର ରେ ୧୯ ଟି ପାନୀୟ ଜଳ ପ୍ରକଳ୍ପ ଆସନ୍ତା ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଲୋକାର୍ପିତ କରାଯିବ ବୋଲି ନଗର ପାଳ ସୂଚନା ଦେଇଥିଲେ ।
ଭୁବନ ଏନ୍ ଏ ସି କୁ ରାଜ୍ୟର ଶ୍ରେଷ୍ଠ ଏନ୍ ଏ ସି ଭାବେ ଗଢି ତୋଳିବାକୁ ହେଲେ ସାଥୀ କାଉନସିଲର ,ଗଣମାଧ୍ୟମ ଓ ଆପଣ ମାନଙ୍କର ସହଯୋଗ ଜରୁରୀ । ଆପଣ ମାନେ ମୋତେ ସହଯୋଗ କରନ୍ତୁ ଆଉ ବିକାଶ କୁ ସାଥ ଦିଅନ୍ତୁ ବୋଲି ନଗରପାଳ ଶୁଭେନ୍ଦୁ ସାହୁ ନିବେଦନ କରିଥିଲେ । ଏନ୍ ଏ ସି ପରିସରରେ ଥିବା ସମସ୍ତ ବିଦ୍ୟାଳୟ ,ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ପ୍ରତ୍ୟେକ ବିଦ୍ୟାଳୟ ର ଶ୍ରେଷ୍ଠ ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଏନ୍ ଏ ସି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ, ନୂଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ସମେତ ସମସ୍ତ ବଜାର କମିଟି ସଭାପତି, ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ,ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ,କାଉନସିଲର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରାରମ୍ଭ ରେ ନଗରପାଳ କାଳୀ ବଜାର ସ୍ଥିତ ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଡାକ୍ତରଖାନା ରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।
ସୁଶାନ୍ତ କୁମାର ପୋଥାଳ ଭୁବନ ଢେ଼ଙ୍କାନାଳ