ଆମ ପୋଲିସ ବୈଠକ
କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ର ଟିକାବାଲି ଥାନା ପରିସରେ ଆଜି ମୋ ପୋଲିସ ବୈଠକ ଅନୁଷ୍ଠିତ ହୋଇଛି

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ର ଟିକାବାଲି ଥାନା ପରିସରେ ଆଜି ମୋ ପୋଲିସ ବୈଠକ ଅନୁଷ୍ଠିତ ହୋଇଛି, ଆଜିର ଏହି ବୈଠକ ଟିକାବାଲି ଥାନା ଭାରପ୍ରାପ୍ତ ଅଧିକାରିଣି କଲ୍ୟାଣୀ ମୟୀ ସେଣ୍ଡ ଏବଂ ଥାନା ସେକେଣ୍ଡ ଅଫିସର ସଞ୍ଜୟ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ବୈଠକ ଟି ଗୃହୀତ କରାଯାଇଛି. ଏହି ବୈଠକ ରେ ଜିଲ୍ଲାର ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲିକ, ବ୍ଲକ ଚେୟାରମ୍ୟାନ ଦିଲ୍ଲୀପ କଂହର ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ଦାସ ସହିତ କଟିମାହା ସରପଞ୍ଚ, କର୍ଣ୍ଣେଲ କଂହର କଇଁଝର ସରପଞ୍ଚ,ରୁନିତା କଂହର ଏବଂ ପାଡାଙ୍ଗି ସରପଞ୍ଚ ଶୁଭଲଷ୍ମୀ ପ୍ରଧାନ ସହିତ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରି ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ କିପରି ଏକ ସୁସମ୍ପର୍କ ରହିବା ସହିତ ଅଞ୍ଚଳ ରେ ଶାନ୍ତି ଶୃଙ୍ଖଳା କୁ କିପରି ବଜେଇ ରଖିବା,ଅନ୍ୟାୟ ବିରୁଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ପ୍ରତି ପଂଚାୟତ କୁ ନିଶା ମୁକ୍ତ ପଂଚାୟତ ରେ ପରିଣତ କରିବା ସହିତ ଟିକାବାଲି ଥାନା ଯେପରି ଏକ ଆଦର୍ଶ ଥାନାରେ ପରିଗଣିତ କରି ପାରିବ ସେ ନେଇ ବିଶେଷ ଆଲୋଚନା କରାଯାଇଛି !
ଏବଂ ବୈଠକ ରେ ଏହି ସିଦ୍ଧାନ୍ତ ନିଆଗଲା ଯେ ଆସନ୍ତା ଦିନମାନଙ୍କ ରେ ପ୍ରତି ତିନୋଟି ପଂଚାୟତ କୁ ନେଇ ଏପରି ଏକ ବୈଠକ କରାଯିବ ଏବଂ ସମସ୍ତ ଜନସାଧାରଣ କିପରି ବୈଠକ ରେ ଭାଗ ନେଇ ନିଜ ନିଜଅଞ୍ଚଳ ର ଘଟୁଥିବା ହିଂସା କୁବନ୍ଦ କରାଯିବ ସହିତ ଗଠନ ମୂଳକ ମତାମତ ଦେଇ ପାରିବେ ସେ ନେଇ ଆଲୋଚନା କରାଯାଇଛି, ଏହା ସହିତ ଟିକାବାଲି ଅଞ୍ଚଳ ରେ ପ୍ରତ୍ୟେକ ଛକ ସ୍ଥାନ ମାନଙ୍କରେ ସି ସି କ୍ୟାମେରା ଲଗା ଯିବ ଏବଂ ଟ୍ରାଫିକ ବ୍ୟବସ୍ତା କିପରି ନିଶ୍ଚିତ କରାଯାଇ ପାରିବ ସେ ନେଇ ମଧ୍ୟ୍ୟ ଆଲୋଚନା କରାଯାଇଛି
ଶେଷରେ ଏସ ଆଇ ସଞ୍ଜୟ ସ୍ୱାଇଁ ଉପସ୍ଥିତ ଥିବା ମୁଖ୍ୟ ଅତିଥି ସଂମ୍ମାନିତ ଅତିଥି ସହିତଉପସ୍ଥିତ ସମସ୍ତ ସଦସ୍ୟ /ସଦସ୍ୟା ମାନଂକୁ ଧନ୍ୟବାଦ ଅର୍ପଣ କରି ସଭା ଟିକୁ ସାଙ୍ଗ କରିଥିଲେ !
କନ୍ଧମାଳ ଜିଲ୍ଲା ଟିକାବାଲିରୁ ସାନୁଜ ବେହେରାଙ୍କ ରିପୋଟ୍