ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍‌ର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍‌ର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍‌ର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ; ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼ - ଶାଲିମାର ସାପ୍ତାହିକ ଏକ୍ସପ୍ରେସ।

ରାଷ୍ଟ୍ରପତି ମୟୂରଭଞ୍ଜର ରାଇରଙ୍ଗପୁରର ଦାଣ୍ଡବୋଷ ହେଲିପ୍ୟାଡ୍‌ରୁ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୫୫ରେ ବାହାରି ଅପରାହ୍ଣ ୧ଟା ୧୦ରେ ବୁର୍ଲାସ୍ଥିତ ଏମ୍‌ସିଏଲ୍‌ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ଏମ୍‌ସିଏଲ୍‌ ଗେଷ୍ଟ ହାଉସ୍‌ରେ ମଧ୍ୟାହ୍ନ ଭୋଜନ ପରେ ସେଠାରୁ ସାଢ଼େ ୩ଟାରେ ଭିସୁଟ୍‌ ଅଭିମୁଖେ ଯିବେ। ଭିସୁଟ୍‌ ପରିସରରେ ପ୍ରଥମେ ମହାନ ସ୍ବାଧୀନତା ସେନାନୀ ବୀରସୁରେନ୍ଦ୍ର ସାଏ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିଶିଷ୍ଟ ସାରସ୍ବତ ସାଧକ ଗଙ୍ଗାଧର ମେହରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ୫ଟା ୧୦ରେ ମା' ସମଲେଶ୍ବରୀଙ୍କ ଦର୍ଶନ ପାଇଁ ରାଷ୍ଟ୍ରପତି ବୁର୍ଲାରୁ ସମ୍ବଲପୁର ବାହାରିବେ। ମା' ସମଲେଶ୍ବରୀଙ୍କ ଦର୍ଶନ ଓ ଆରତି ସାରି ୫ଟା ୫୫ରେ ଏମ୍‌ସିଏଲ ଗେଷ୍ଟ ହାଉସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ରାତ୍ରିଯାପନ କରିବେ।