ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ବକ୍ତୃତାମାଳା ଆୟୋଜିତ

ଗତକାଲି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକାଦଶତମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି । ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ଶ୍ରୀଯୁକ୍ତ ମନୋଜ କୁମାର ସ୍ୱାଇଁ, ଯୁଗ୍ମ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ରାଉତରାଏ ପାଠକ ପାଠିକା ନିମନ୍ତେ ବିଭିନ୍ନ ଉଦାହରଣ ଦେଇ ଜୀବନ ରେ କିପରି ପ୍ରତିଯୋଗିତା ମୂଳକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ ତାର ମୂଳମନ୍ତ୍ର ପ୍ରଦାନ କରିଥିଲେ l ମୁଖ୍ୟବକ୍ତାଭାବେ ଶ୍ରୀ ମନୋଜ କୁମାର ସ୍ୱାଇଁ ସେମାନେ କିପରି ଆଗାମୀ ପ୍ରତିଯୋଗିତା ମୂଳକ ପରୀକ୍ଷା ଗୁଡ଼ିକରେ କିପରି ପ୍ରସ୍ତୁତ ହୋଇ କୃତକାର୍ଯ୍ୟ ହେବେ, 5ଟି କୁ ନିଜ ଜୀବନ ରେ ପ୍ରୟୋଗ କରିବେ ଓ ବୈଷୟିକ କୌଶଳ କୁ ନିଜ ପ୍ରସ୍ତୁତି ରେ ଲଗାଇବେ ତାହାର ରାସ୍ତା ଦେଖାଇଥିଲେ l ପାଠକ ପାଠିକା ମାନଙ୍କ ସହ ବାର୍ତ୍ତଳାପ ମାଧ୍ୟମରେ ସେମାନଙ୍କ ପ୍ରସ୍ତୁତିରେ ଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଯୁଗ୍ମ ଶାସନ ସଚିବ ତଥା ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସଂଚାଳନ କରିଥିଲେ l ଶେଷରେ
ଗ୍ରନ୍ଥାଗାରର ଗ୍ରନ୍ଥାଧ୍ୟକ୍ଷା ଶ୍ରୀମତୀ ସଙ୍ଘମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ରୁଦ୍ର ପ୍ରସାଦ ବେହେରା, ଶ୍ରୀମତୀ ମଞ୍ଜୁରାଣୀ ମୁଦୁଲି ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
CMO Odisha Information & Public Relations Department, Government of Odisha
#ଓଡ଼ିଆଭାଷା #OdiaCulture #culture #odisha #culture #ODia #library