ହୀରାକୁଦର ପୁଣି ୫ ଗେଟ ଖୋଲିଲା, ୧୭ ଗେଟ ଖୋଲା

ହୀରାକୁଦର ପୁଣି ୫ ଗେଟ ଖୋଲିଲା। ବର୍ତ୍ତମାନ ମୋଟ ୧୭ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି।

ହୀରାକୁଦର ପୁଣି ୫ ଗେଟ ଖୋଲିଲା, ୧୭ ଗେଟ ଖୋଲା

ହୀରାକୁଦର ପୁଣି ୫ ଗେଟ ଖୋଲିଲା। ବର୍ତ୍ତମାନ ମୋଟ ୧୭ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରୁ ୪ ଲକ୍ଷ ୮୮ ହଜାର ୬୨୪ କ୍ୟୁସେକ ପାଣି ପ୍ରବେଶ କରୁଛି। ଆଉ ୩ ଲକ୍ଷ ୨ ହଜାର ୧୮୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୁଧୁରିଥିବା ବେଳେ ଉପରମୁଣ୍ଡରୁ ହୀରାକୁଦକୁ ପ୍ରବଳ ମାତ୍ରାରେ ପାଣି ପ୍ରବେଶ କରୁଛି।

ଏପରିକି ହୀରାକୁଦ ଜଳସ୍ତର ୬୨୦ ଫୁଟ ଟପିବା ସହ ଉପରମୁଣ୍ଡ ଓଡ଼ିଶା ସୀମାନ୍ତର ଅନେକ ଗାଁକୁ ବନ୍ୟା ପାଣି ପ୍ରବେଶ କଲାଣି। ପରିସ୍ଥିତିକୁ ଦେଖି ହୀରାକୁଦ କର୍ତ୍ତୃପକ୍ଷ ୧୭ ଟି ଗେଟ ଦେଇ ଜଳ ନିଷ୍କାସନ କରୁଛନ୍ତି। ସ୍ଥିତିକୁ ଦେଖି ଆହୁରି ଗେଟ ଖୋଲାଯାଇପାରେ। ତେବେ, ଅଧିକ ଗେଟ ଖୋଲିଲେ ସମ୍ବଲପୁର ସହରକୁ ପଛୁଆ ପାଣିର ଭୟ ଥିବାରୁ ଉପରମୁଣ୍ଡର ଇନଫ୍ଲୋ ଉପରେ କର୍ତ୍ତୃପକ୍ଷଙ୍କ ନଜର ରହିଛି।