ମା ସମଲେଶ୍ୱରୀଙ୍କ ଶରଣରେ ରାଷ୍ଟ୍ରପତି
ମା ସମଲେଶ୍ୱରୀଙ୍କ ଶରଣରେ ରାଷ୍ଟ୍ରପତି

ମା' ସମଲେଶ୍ୱରୀଙ୍କ ମନ୍ଦିରରେ ମା'ଙ୍କ ପୂଜାର୍ଚ୍ଚନା କରିବା ପରେ କିଲାସମା ମିନି ଷ୍ଟାଡିୟମ୍ରେ ପହଞ୍ଚିି ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ନୂଆ ଭାରତ ପାଇଁ ନୂଆ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ଏହା ପରେ ଝାରସୁଗୁଡ଼ା ବିମାନ ବନ୍ଦର ଅଭିମୁଖେ ବାହାରିବେ ।ଝାରସୁଗୁଡାରୁ ବେଙ୍ଗାଲୁରୁ ଅଭିମୁଖେ ଯିବେ ରାଷ୍ଟ୍ରପତି ।
ଗତକାଲି ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ମା' ସମଲେଶ୍ୱରୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି । ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଷ୍ଟପତିଙ୍କ ସହ ମା'ଙ୍କୁ ଦର୍ଶନ କରିଛନ୍ତି । ମହାମହିମ ସମଲେଶ୍ୱରୀ ମନ୍ଦିର ଯାଇଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମଲେଶ୍ୱରୀଙ୍କ ଦର୍ଶନ ପରେ ଏମ୍ସିଏଲ୍ ଗେଷ୍ଟ ହାଉସ୍କୁ ପ୍ରତ୍ୟାବର୍ତନ କରି ସେଠାରେ ରାତ୍ରୀଯାପନ କରିଥିଲେ ରାଷ୍ଟ୍ରପତି ।