ପାରାଦୀପ ବନ୍ଦର ରେ ମୁଖ୍ୟ ଯନ୍ତ୍ରୀ ଭାବେ ଅବସ୍ଥାପିତ ହେଲେ ହିମାଂଶୁ ଶେଖର ରାଉତ

ଏହି ପଦୋନ୍ନତି ଘୋଷଣା କରିଛନ୍ତି ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ଅଣ୍ଡର ସେକ୍ରେଟାରୀ ରାଜୀବ ନୟନ

ପାରାଦୀପ ବନ୍ଦର ରେ ମୁଖ୍ୟ ଯନ୍ତ୍ରୀ ଭାବେ ଅବସ୍ଥାପିତ ହେଲେ ହିମାଂଶୁ ଶେଖର ରାଉତ

ପାରାଦୀପ ବନ୍ଦର ଅଥୋରିଟୀ ରେ ନୂତନ ଚିଫ୍ ଇଞ୍ଜିନିୟର ( ମୁଖ୍ୟ ଯନ୍ତ୍ରୀ ) ଭାବେ ନିଯୁକ୍ତ ହେଲେ ଶ୍ରୀଯୁକ୍ତ ହିମାଂଶୁ ଶେଖର ରାଉତ୍ । ଏହି ପଦୋନ୍ନତି ଘୋଷଣା କରିଛନ୍ତି ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ଅଣ୍ଡର ସେକ୍ରେଟାରୀ ରାଜୀବ ନୟନ । ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପତ୍ର ମଧ୍ୟ ଜାରି କରାଯାଇଛି। ପୂର୍ବରୁ ଶ୍ରୀଯୁକ୍ତ ରାଉତ ପାରାଦୀପ ବନ୍ଦର ରେ ଉପ ମୁଖ୍ୟ ଯନ୍ତ୍ରୀ ଭାବରେ ଦାୟିତ୍ଵ ତୁଲାଉ ଥିଲେ । ତେବେ ବୃହତ୍ତମ ବନ୍ଦର ଅଧିନିୟମ ଅନୁଯାୟୀ ଶ୍ରୀଯୁକ୍ତ ରାଉତ ଙ୍କୁ ଏହି ପଦୋନ୍ନତି ମିଳିଛି। ଏନେଇ ଖବର ପ୍ରଚାରିତ ହେବା ପରେ ଶ୍ରୀଯୁକ୍ତ ରାଉତଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି। ଶ୍ରୀଯୁକ୍ତ ରାଉତ ତାଙ୍କ ଚାକିରି ଜୀବନ କାଳରେ ଅତ୍ୟନ୍ତ ନିଷ୍ଠା ର ସହିତ କାର୍ଯ୍ୟ କରିଛନ୍ତି।  1967 ମସିହା ଜୁନ୍ ମାସ 5 ତାରିଖ ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଯୁକ୍ତ ରାଉତ 1991 ମସିହା ସେପ୍ଟେମ୍ବର ମାସ 14 ତାରିଖ ରେ ବନ୍ଦର ପ୍ରଶାସନିକ ସେବାରେ ଯୋଗ ଦେଇ ଥିଲେ। ତାଛଡା ପାରାଦୀପ ବନ୍ଦର ପ୍ରଶାସନିକ ସେବା ରେ ବିଭିନ୍ନ ଗଠନମୂଳକ ପଦକ୍ଷେପ ଗ୍ରହଣ କରି ଏକ ଅମାୟିକ ବ୍ୟକ୍ତିତ୍ଵ ଭାବରେ ଲୋକପ୍ରିୟତା ହାସଲ କରିଛନ୍ତି। ଶୁଭେଚ୍ଛୁ ମାନେ ତାଙ୍କର ନିରୋଗ ମଧ୍ୟ ଜୀବନ କାମନା କରିଥିବା ବେଳେ ଏହି ସଫଳତା ର ଶ୍ରେୟ ଶ୍ରୀଯୁକ୍ତ ରାଉତ ଜଗତର ନାଥ ଜଗନ୍ନାଥ ଙ୍କ ପାଦ ପଦ୍ମ ରେ ଅର୍ପଣ କରିଛନ୍ତି।