ଇଫକୋ ଜିପ୍ ସମ୍ ର ପ୍ରଥମ କୋଷ୍ଟାଲ୍ ସିପମେଣ୍ଟ୍ ମାଧ୍ୟମରେ ଘରୋଇ ରପ୍ତାନି

ପାରାଦୀପ ବନ୍ଦର ରୁ ଗୁଜରାଟ ବନ୍ଦରକୁ ହେଲା ପ୍ରଥମ ରପ୍ତାନି, ସମ୍ପୁର୍ଣ୍ଣ କାର୍ଯ୍ୟ ତଦାରଖ ସହ ଦାୟିତ୍ଵ ନିର୍ବାହ କଲା ଓଡ଼ିଶା ଷ୍ଟିଭେଡୋର ଲିମିଟେଡ

ଇଫକୋ ଜିପ୍ ସମ୍ ର ପ୍ରଥମ କୋଷ୍ଟାଲ୍ ସିପମେଣ୍ଟ୍ ମାଧ୍ୟମରେ ଘରୋଇ ରପ୍ତାନି

ଅଗ୍ରଣୀ ଷ୍ଟିଭେଡୋରିଂ କଂପାନି ଓଏସ୍‌ଏଲ୍‌ ପକ୍ଷରୁ ପାରାଦୀପ ବନ୍ଦରରୁ ଗୁଜରାଟର ପିପଭବ ବନ୍ଦରକୁ ଜିପ୍‌ସମ୍‌ର ସର୍ବପ୍ରଥମ କୋଷ୍ଟାଲ୍ ସିପମେଣ୍ଟ୍ ରପ୍ତାନିର ପରିଚାଳନା କରାଯାଇଛି । ଦେଶ ଭିତରେ ହୋଇଥିବା ଏହି ରପ୍ତାନିର ସମ୍ପୂର୍ଣ୍ଣ ପରିଚାଳନାକୁ ଓଏସ୍‌ଏଲ୍ ପକ୍ଷରୁ ଲୋଡିଂ କାର୍ଯ୍ୟ କରାଯାଇଥିଲା ।

ଏସିଆ ମହାଦେଶର ସର୍ବବୃହତ ସାର କଂପାନି ଇଫ୍‌କୋର ନଦୀ ଭିତ୍ତିକ ବନ୍ଦର ଜେଟ୍ଟିରୁ ଜିପ୍ ସମ୍ ଲୋଡ୍ କରି ପ୍ରଥମେ ଦ୍ରିଷ୍ଟି ନାମକ ଟଗ୍ ବୋଟ୍ ସହିତ ଏକ ୨ହଜାର ମେଟ୍ରିକ୍ ଟନ୍ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ବାର୍ଜ ଜରିଆରେ ପାରାଦୀପ ବନ୍ଦର ମଧ୍ୟ କୁ ଅଣାଯିବା ସହ ବାର୍ଜରୁ ତାହାକୁ ଅନ୍‌ଲୋଡ୍ କରାଯାଇ ପ୍ଲଟ୍ ରେ ଷ୍ଟକ୍ ରଖା ଯାଇ ଥିଲା ଏବଂ ପରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ପାରାଦୀପ ବନ୍ଦର ର ନିର୍ଦ୍ଧିଷ୍ଟ ମୁଖ୍ୟ ବର୍ଥକୁ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରୁ ଏମ୍‌ଭି ପାରାନାସୋସ୍ ନାମକ ଜାହାଜରେ ଭର୍ତ୍ତି କରାଯାଇ ପ୍ରଥମ ରପ୍ତାନି କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।

ତେବେ ଓଡ଼ିଶା ରେ ପ୍ରଥମ ରିଭରିନ୍ ଜେଟୀ ବା ପ୍ରଥମ ନଦୀ ଭିତ୍ତିକ ବନ୍ଦର ପରିଚାଳନାର ପୁନର୍ବିକାଶ କରି ଓଏସ୍‌ଏଲ୍ ଏହି ସ୍ୱତନ୍ତ୍ର ଉପଲବ୍ଧି ହାସଲ କରିଛି । ଯାହାକି ରାଜ୍ୟ ରେ ପରିବହନର ଏକ ସମ୍ଭାବ୍ୟ ମାଧ୍ୟମ ଭାବେ ଜଳପଥକୁ ବ୍ୟବହାର କରିବାର ସୁବିଧା ସୁଯୋଗ ର ପରିକଳ୍ପନା କୁ ବାସ୍ତବତା ସହ ପ୍ରମାଣିତ କରିଛି ।

ଏହି ଅବସରରେ ଇଫ୍‌କୋର ନିର୍ଦେଶକ କେ ଜେ ପଟେଲ୍‌, ପିପିଏ ଅଧ୍ୟକ୍ଷ ପି ଏଲ୍ ହରନାଦ ଓ ଇଫ୍‌କୋ, ପିପିଏ ଓ ଓଏସ୍‌ଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ପଣ୍ୟ ପରିବହନର ନୂତନ ପ୍ରଣାଳୀ କୁ ଅନୁଧ୍ୟାନ କରିବା ସହ ଆହୁରି ସରଳୀକରଣ ନେଇ ଆଲୋଚନା ମଧ୍ୟ କରିଥିଲେ । ଏ ସମ୍ପର୍କରେ ଓଏସ୍‌ଏଲ୍ ଗ୍ରୁପ୍‌ର ମୁଖ୍ୟ ମହିମାନନ୍ଦ ମିଶ୍ର କହିଛନ୍ତି ଯେ, ମଲ୍ଟି - ମୋଡାଲ୍ ପରିବହନ ବ୍ୟବସ୍ଥାକୁ ବ୍ୟବହାର କରି ପରିବହନ କ୍ଷେତ୍ରରେ ଏକ ନୂଆ ଦିଗନ୍ତର ଶୁଭାରମ୍ଭ ହୋଇଛି ଏବଂ ଏହି ବ୍ୟବସ୍ଥାରେ ଓଏସ୍‌ଏଲ୍ ପ୍ରମୁଖ ଭୂମିକା ନିର୍ବାହ କରୁଛି ଯାହାକି ଆଗାମୀ ଦିନରେ ନିଶ୍ଚିନ୍ତ ଭାବରେ ଏହା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବ ।