ମିଳୁନି ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା
ମିଳୁନି ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା,ବାଧକ ସାଜିଛି ଆମ୍ବୁଲାନ୍ସ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଜରୁରୀ କାଳୀନ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇ ଥିବା ବେଳେ କର୍ମଚାରୀ ଙ୍କ ଖାମ,ଖିଆଲ ମନୋଭାବ ଯୋଗୁଁ ରୋଗୀ ମୃତ୍ୟୁ ଶହ ସଂଗ୍ରାମ କରୁଛି ।
ଏହି ଘଟଣା କୌଣସି ଯୋଗା,ଯୋଗ ବିହୀନ ଗ୍ରାମ ଅବା ଉପାନ୍ତ ଅଞ୍ଚଳରେ ଥିବା ଛୋଟ ଗାଁ ନୁହେଁ, ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ସହର ର। ଏହି ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୬ ନିବାସୀ ରାମଚନ୍ଦ୍ର କର ନାମକ ଜଣେ ଶଯ୍ୟାଶାୟୀ ବ୍ୟକ୍ତି ଙ୍କ ର।
ଗତ ୨୫ ତାରିଖ ଦିନ ସେ ଦୁର୍ବଳ ହୋଇ ପଡ଼ି ଥିଲେ,ତାଙ୍କ ସହ ଥିବା ତାଙ୍କ ସ୍ତ୍ରୀ ମୁଠେ କର ତାଙ୍କ ଯତ୍ନ ନେଉ ଥିବା ବେଳେ ସେ ଅଧିକ ଗୁରୁତର ହୋଇ ପଡ଼ିଥିବା ପ୍ରକାଶ କରିଛନ୍ତି । ହେଲେ ତାଙ୍କ କେହି ସଂପର୍କୀୟ ନ ଥିବା ବେଳେ ଆଖ,ପାଖ କେହି ସାଇ, ପଡ଼ିଶା ଲୋକେ ମଧ୍ୟ ସହାୟତା ପାଇଁ ଆଗେଇ ନ ଆସିବା ନେଇ ଶ୍ରୀମତୀ କର ନିରାଶ ହୋଇ ପଡିଛନ୍ତି ।
ଅର୍ଥ ଅଭାବ ସହ ସରକାରୀ ୧୦୮ ସେବା ଯୋଗାଇ ଦେବା ବ୍ୟବସ୍ଥା ରହିଛି ହେଲେ ଗାଡି ଉପଲବ୍ଧ ନ ଥିବା ଏହି ନମ୍ୱର ରେ ସେ ଫୋନ୍ କରି,କରି ନିରାଶ ହୋଇ ମୃତ୍ୟୁ କୁ ଆଦରି ନେଉଥିବା ଦେଖା ଯାଉଛି । ଏ ନେଇ ଏହି ଡାଇରିଆ ରେ ପୀଡ଼ିତ ଗୁରୁତର ରାମଚନ୍ଦ୍ର ଙ୍କୁ ତୁରନ୍ତ ନିକଟସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବ୍ୟବସ୍ଥା ମିଳି ପାରିବ,ସେ ଦିଗରେ ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ଦାବି ହେଉଛି ।